ଆଇ ପି ଏଲ ଖେଳ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଲା ବାଂଲାଦେଶ
ଭାରତ ଏବଂ ବାଂଲାଦେଶ ସମ୍ପର୍କ ମଧ୍ୟରେ ତିକ୍ତତା ବଢ଼ିଥିବା ସମୟରେ ଏକ କଠୋର ପଦକ୍ଷେପ ନେଇଛନ୍ତି ବାଂଲାଦେଶ ସରକାର। ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ବାଂଲାଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପ୍ରସାରଣ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡଏବଂ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁ ରହମାନଙ୍କୁ 'କେ କେ ଆର' ଦଳରୁ ଅନ୍ତର କରିଥିବା ବିବାଦ ଭିତରେ ନିଆଯାଇଛି ଏହି ନିଷ୍ପତ୍ତି ।ସୂଚନାଯୋଗ୍ୟ ଯେ, କୋଲକାତା ନାଇଟ୍ ରାଇଡର୍ସ ୨୦୨୬ IPL ସିଜିନ୍ ପୂର୍ବରୁ ହଠାତ ବିସିସିଆଇ ଚାପରେ ମୁସ୍ତାଫିଜୁର ରହମାନଙ୍କୁ ଅନ୍ତର କରିବାକୁ ଦେଇଥିଲା ନିର୍ଦ୍ଦେଶ। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଜଣେ ପ୍ରମୁଖ ଖେଳାଳି ଭାବରେ କରାଯାଉଥିଲା ବିବେଚିତ। ତାଙ୍କର ଦଳରୁ ବାହାର କରାଯିବା ନିଷ୍ପତିକୁ ସମ୍ପୂର୍ଣ ନାପସନ୍ଦ ତଥା ପ୍ରତିବାଦ କରି ନିଜ ଦେଶରେ ଆଇପିଏଲ୍ ପ୍ରସାରଣକୁ ରୋକି ଦେଇଛନ୍ତି ବାଂଲାଦେଶ ସରକାର।
What's Your Reaction?