ଉତ୍ତରପ୍ରଦେଶ ନକଲି ନୋଟ୍ କାରବାରର ରହିଛି ଓଡ଼ିଶା ଲିଙ୍କ୍

ଉତ୍ତରପ୍ରଦେଶ ନକଲି ନୋଟ୍ କାରବାରର ରହିଛି ଓଡ଼ିଶା ଲିଙ୍କ୍। ଉତ୍ତରପ୍ରଦେଶ ପ୍ରୟାଗରାଜ ମଦ୍ରାସାରେ ଚାଲିଥିଲା ନକଲି ନୋଟ୍ କାରବାର । କାରବାରର ମାଷ୍ଟର ମାଇଣ୍ଡ ଜାହିର ଖାନ୍ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଶୁକଦେବପୁର ଗ୍ରାମରେ ବୋଲି ମିଳିଛି ସୂଚନା। ୭ବର୍ଷ ହେବ ପ୍ରୟାଗରାଜରେ ରହୁଥିଲେ ଜାହିର । ସେଠାରେ ଏକ ମଦ୍ରାସାରେ ମୌଲାନା ପାଠ ପଢ଼ୁଥିବା ସୂଚନା ଦେଇଛନ୍ତି ପରିବାର ଲୋକେ। ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଥିବା ଫୋନ୍ ଆସିଥିଲା ବୋଲି କହିଛନ୍ତି ଜାହିରଙ୍କ ବାପା। ତେବେ ଗତ ୨୮ ତାରିଖରେ ଉତ୍ତରପ୍ରଦେଶ ପ୍ରୟାଗରାଜ ମଦ୍ରାସାରେ ଠାବ ହୋଇଥିଲା ନକଲି ନୋଟ୍ କାରବାର। ମଦ୍ରାସାରୁ ନକଲି ନୋଟ୍, ପ୍ରିଣ୍ଟର, ସ୍କାନର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତମାନେ ହେଲେ ମହମ୍ମଦ ତଫସିରୁଲ ଆରିଫିନ୍, ମହମ୍ମଦ ଅଫଜଲ, ମହମ୍ମଦ ସାହିଦ ଓ ଜାହିର ଖାନ୍ ଓରଫ ଅବଦୁଲ ଜାହିର । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୋଜୁଛି ପୁଲିସ। ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ସମେତ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଥିଲା ଏହି ମଦ୍ରାସା।
What's Your Reaction?






