ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହାର ପ୍ରଭାବରେ ୫ ତାରିଖଠାରୁ ବଢ଼ିବ ବର୍ଷା । ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ଉପକୂଳ ଓଡିଶାରେ ଭଲ ବର୍ଷା ହେବା ନେଇ କରାଯାଇଛି ଆକଳନ। ତେବେ ଆସନ୍ତାକାଲି ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ଜାରି କରାଯାଇଛି ହଳଦିଆ ସତର୍କତା । ଲଘୁଚାପ ପ୍ରଭାବରେ ୮ ତାରିଖ ଯାଏଁ ବର୍ଷା ଲାଗି ରହିବାର ରହିଛି ସମ୍ଭାବନା।
What's Your Reaction?






