ବିଲୀନ ହେବ ରାଜଧାନୀ ସ୍ଥିତ ଡିଏମ୍‌ ସ୍କୁଲ ; କେଭିଏସ୍‌ ସହ ମିଶିଯିବ ୬୨ ବର୍ଷ ପୁରୁଣା ଶିକ୍ଷାନୁଷ୍ଠାନ !

Sep 3, 2026 - 12:05
 0  0
ବିଲୀନ ହେବ ରାଜଧାନୀ ସ୍ଥିତ ଡିଏମ୍‌ ସ୍କୁଲ ; କେଭିଏସ୍‌ ସହ ମିଶିଯିବ ୬୨ ବର୍ଷ ପୁରୁଣା ଶିକ୍ଷାନୁଷ୍ଠାନ !

୧୯୬୪ ମସିହାରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ  ସହ ମିଶାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଐତିହ୍ୟ ସମ୍ପନ୍ନ ଏହି ସ୍କୁଲ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା ଏବଂ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ସଂସ୍ଥାନର ଏକ ଅଭିନ୍ନ ଅଙ୍ଗ ପାଲଟିଥିଲା । 

 ବିଲୀନ ହେବ ଡିଏମ୍‌ ସ୍କୁଲ। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ସହ ମିଶିଯିବ । ୬୨ ବର୍ଷର ଶିକ୍ଷାନୁଷ୍ଠାନରେ ପଡ଼ିବ ଯବନିକା।  କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଭୁବନେଶ୍ବରର ପ୍ରଥମ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡେମୋନ୍‌ଷ୍ଟ୍ରେସନ୍‌ ମଲ୍ଟିପ୍ରପୋଜ୍‌ ସ୍କୁଲ ବିଲୀନ ହେବ । ୧୯୬୪ ମସିହାରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ  ସହ ମିଶାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଐତିହ୍ୟ ସମ୍ପନ୍ନ ଏହି ସ୍କୁଲ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା ଏବଂ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ସଂସ୍ଥାନର ଏକ ଅଭିନ୍ନ ଅଙ୍ଗ ପାଲଟିଥିଲା । ଶିକ୍ଷା ସହ ଗବେଷଣାର ପ୍ରାଣକେନ୍ଦ୍ର ପାଲଟିଥିଲା । 

ଏନ୍‌ସିଇଆରଟି ଦ୍ବାରା ପରିଚାଳିତ ଏହି ବିଦ୍ୟାଳୟରେ ପ୍ରାକ୍-ବିଦ୍ୟାଳୟ ତଥା ବାଲ୍‌ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି। ଯେଉଁଠି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ କମ୍‌ ମୂଲ୍ୟରେ ଶିକ୍ଷା ମିଳିପାରୁଛି। ବର୍ତ୍ତମାନ ଏହି ସ୍କୁଲକୁ କେଭିଏସ୍‌ରେ ମିଶ୍ରଣ କରାଯିବ। ଫଳରେ ବିଦ୍ୟାଳୟର ନାଁ ବଦଳି ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ହେବ। କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଏଠାରେ ଶିକ୍ଷାଦାନ କରାଯିବ। କେବଳ ଏହି ଗୋଟିଏ ଡିଏମ୍‌ ନୁହେଁ, ଏନ୍‌ସିଇଆରଟି ଅଧୀନରେ ଥିବା ଦେଶରେ ୪ଟି ଯାକ ଡିଏମ୍‌ ସ୍କୁଲକୁ କେଭିଏସ୍‌ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଲାଣି । 

What's Your Reaction?

like

dislike

love

funny

angry

sad

wow