ରତ୍ନଭଣ୍ଡାରର ଯାଞ୍ଚ୍‌-ନିରୀକ୍ଷଣ ଶେଷ

ରତ୍ନଭଣ୍ଡାରର ଯାଞ୍ଚ୍‌-ନିରୀକ୍ଷଣ ଶେଷ

ଶେଷ ହେଲା ରତ୍ନ ଭଣ୍ଡାରର ଲେଜରସ୍କାନିଂ ତଥା ଯାଞ୍ଚ୍‌-ନିରୀକ୍ଷଣ ।  ରତ୍ନ ଭଣ୍ଡାର ତଦାରଖ କରି ଫେରିଛନ୍ତି ବିଶେଷଜ୍ଞ ଦଳ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।ସେ ଆହୁରି କହିଛନ୍ତି ଯେ, ବିଶେଷଜ୍ଞ ଦଳ ଦ୍ବାରା ରତ୍ନ ଭଣ୍ଡାରର କରାଯାଇଛି ଲେଜର ସ୍କାନିଂ ।-‘ଏଏସ୍‌ଆଇ ଏଡିଜି ଜାନ୍‌ଭିଜ୍‌ ଶର୍ମାଙ୍କ ନେତୃତ୍ବରେ କରାଯାଇଥିଲା ଯାଞ୍ଚ ’। ଆହୁରି ରାଡାର ସର୍ବେକ୍ଷଣ ଆବଶ୍ୟକ ହେଉଥିବାରୁ ଆଉଥରେ ହେବ ସର୍ବେକ୍ଷଣ । ସର୍ବେକ୍ଷଣ ପରେ ଦିଆଯିବ ରିପୋର୍ଟ । ଏହାପୂର୍ବରୁ ବିଶେଷଜ୍ଞ ମାନଙ୍କ ମତାମତ  ନିଆଯିବ ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ।