ଭରତପୁର ଥାନାରେ ନିର୍ଯାତନା ମାମଲା: ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ
ସେନା କର୍ମଚାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ସରିଛି ନିଲମ୍ବିତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ। ପୀଡିତାଙ୍କ ପକ୍ଷକୁ ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ଥାନାରୁ ସଂଗ୍ରହ ହୋଇଛି ସମସ୍ତ ଦସ୍ତାବିଜ । ଜାତୀୟ ମହିଳା କମିଶନଙ୍କୁ ମଧ୍ୟ ପଠାଯାଇଛି ରିପୋର୍ଟ। ଆସନ୍ତାକାଲି ଦାଖଲ ହେବ ଚୂଡାନ୍ତ ରିପୋର୍ଟ। ଖୁବଶୀଘ୍ର ଡିଜିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ ୧୨୦ ବାଟାଲିୟନରେ କ୍ଯାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ପୋଲିସ ଅଟକ ରଖିଥିବା ବେଳେ କରାଯାଇଛି କ୍ରାଇମ ସିନ ରିକ୍ରିଏସନ ।
What's Your Reaction?