ଦୁବାଇ ଗଲା ଓଡିଶା ଉତ୍ପାଦିତ ଡ୍ରାଗନ ଫ୍ରୁଟ୍

Sep 4, 2024 - 14:38
 0  5
ଦୁବାଇ ଗଲା ଓଡିଶା ଉତ୍ପାଦିତ ଡ୍ରାଗନ ଫ୍ରୁଟ୍

ଡ୍ରାଗନ୍ ଫ୍ରୁଟ୍ । ଦିନେ ଓଡିଶାରେ ଦେଖିବାକୁ ସ୍ୱପ୍ନ ଥିଲା । କିନ୍ତୁ ଓଡିଶାରେ ଉତ୍ପାଦିତ ହୋଇ ଆଜି ବିଦେଶକୁ ହୋଇଛି ରପ୍ତାନୀ । ପ୍ରଥମଥର ପାଇଁ ଭୂବନେଶ୍ୱର ବିମାନ ବନ୍ଦରରୁ କାର୍ଗୋ ବିମାନରେ ଦୁବାଇ ପଠାଯାଇଛି ଓଡ଼ିଶା ଉତ୍ପାଦିତ ଡ୍ରାଗନ୍ ଫ୍ରୁଟ୍।ସବୁଠାରୁ ଆର୍ଶ୍ଟଯ୍ୟର କଥା ଯେ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଚାଷ ଜମିରୁ ଦୁବାଇ ପଠାଯାଇଛି ଉତ୍ପାଦିତ ଏହି ଡ୍ରାଗନ୍ । କୃଷି ଓ କୃଷକକୁ ଗୁରୁତ୍ୱ ଦେଉଥିବା ସରକାରରେ ଦେଖିବାକୁ ମିଳିଛି ଏଭଳି ଉଦାହରଣ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ନିଜେ ଜଣେ ଗର୍ବିତ ଚାଷୀ ଭାବେ ନିଜକୁ ଦେଇଛନ୍ତି ପରିଚୟ। କୋଭିଡ୍ ସମୟରୁ ଜୈବିକ ପଦ୍ଧତିରେ ନିଜେ ଏହି ଚାଷ କରିଥିବା କଥା କହିଛନ୍ତି କନକ ବର୍ଦ୍ଧନ ସିଂ ଦେଓ । ଏହି ବର୍ଷ ବାହାରିଛି ୬୦ କୁଇଣ୍ଟାଲ ଫଳ । ଇଣ୍ଟରନେଟ୍ ମାଧ୍ୟମରେ ଏହି ଚାଷ ପଦ୍ଧତି ମଧ୍ୟ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow