ଓଡ଼ିଶାରେ ଏପ୍ରିଲ୍ ୧୬ରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା
ଓଡ଼ିଶାରେ ଏପ୍ରିଲ୍ ୧୬ରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ୩୦ ଦିନ ଧରି ଚାଲିବ ଘର ଗଣନା କାର୍ଯ୍ୟ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ହେବ ଘର ଏବଂ ଆସବାବ ପାତ୍ର ଗଣନା । ଆଉ ଦ୍ଵିତୀୟ ପର୍ଯ୍ୟାୟରେ ହେବ ଘରକୁ ଘର ଜନଗଣନା। ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ।
What's Your Reaction?