ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର

Jan 20, 2026 - 17:49
 0  2
ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର

ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ ସମସ୍ତ ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ଓଡିଶା ସରକାର। ନୂଆ ଆଇନରେ ଶାଣିତ ହେବ କାର୍ଯ୍ୟାନୁଷ୍ଠାନ, ଆଉ ବ୍ୟବସ୍ଥାକୁ କରାଯିବ ସରଳ। କଡାକଡି କରାଯିବ ଜବରଦଖଲ ଉଛେଦ ଆଇନ। ଲିଜ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ ମଧ୍ୟ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏକଥା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ ଆହୁରି କହିଛନ୍ତି ଯେ, ଗୋଟିଏ ଇଞ୍ଚ ବି ସରକାରୀ ଜମିର ହେବନି ଅପବ୍ୟବହାର  । ସବୁ ଜମି ଯେମିତି ଲୋକଙ୍କ କାମରେ ଲାଗିବ ସେହିଭଳି ରହିବ ପ୍ରାଥମିକତା । ତ୍ରୁଟି ବିଚ୍ୟୁତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନରେ ରହିବ କଡା ପ୍ରାବଧାନ। ଏହି ପ୍ରସ୍ତାବିତ ନୀତିକୁ ଉପସ୍ଥାପିତ କରାଯିବ ରାଜସ୍ବ ବିଭାଗ ୱେବସାଇଟରେ । ଏହାକୁ ନେଇ ମତାମତ ରଖି ପାରିବେ  ସାଧରଣ ଲୋକଙ୍କ ସହ ସବୁ ବର୍ଗର ସଦସ୍ୟ।  ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ ପ୍ରସ୍ତାବ।

What's Your Reaction?

like

dislike

love

funny

angry

sad

wow