କଂଗ୍ରେସରୁ ମହମ୍ମଦ ମୋକିମ ବହିସ୍କୃତ
କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ । ଦଳର ନେତୃତ୍ୱକୁ ଆହ୍ୱାନ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପିସିସି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ । ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ବି ଆଣିଥିଲେ ପୂର୍ବତନ କଂଗ୍ରେସ ବିଧାୟକ । ତେବେ କଂଗ୍ରେସରୁ ବହିଷ୍କାର ପରେ ମହମ୍ମଦ ମୋକିମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋର ଵିଚାରଧାରାରେ ମୁଁ କଂଗ୍ରେସ ସହିତ ଅଛି । ମତେ ଦଳଠାରୁ ଦୁରେଇ ଦେଇପାରେ କଂଗ୍ରେସ । ମୁଁ କିନ୍ତୁ କଂଗ୍ରେସ ସହିତ ଥିଲି....ଅଛି ଓ ରହିଵି । ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି । ଏଥିପାଇଁ ଦଳ ମୋ ବିରୋଧରେ ନେଇଛି କାର୍ଯ୍ୟାନୁଷ୍ଠାନ ।ମୁଁ ଏହାକୁ ସ୍ୱୀକାର କରିବା ସହ ରାହୁଲଙ୍କ କଥା 'ଡରୋ ମତ୍' କୁ କରୁଛି ଅନୁକରଣ।
Jangyaseni Parida