ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ

ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ

ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହୋଇପାରେ ବର୍ଷା । ତେଣୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ କି ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଦେଖାଯାଉନି ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।  ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଦେଖାଇଥିଲା କାଳବୈଶାଖୀ ପ୍ରକୋପ । ଶୁକ୍ରବାର ରାଜ୍ୟରେ ଖରା ପ୍ରକୋପ କମ୍‌ ଥିଲା । ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌  ପାର୍‌ କରିଥିବା ବେଳେ ୩୫ ଡିଗ୍ରୀ ପାଖାପାଖି ରହିଥିଲା ଉପକୂଳ ଓଡ଼ିଶା ।