ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏଫ୍‌ ଗିରଫ

Dec 7, 2024 - 14:17
 0  3
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏଫ୍‌ ଗିରଫ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍‌ ରେବତୀ ରମଣ ଯୋଶୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସରକାରୀ ବାସଭବନରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା, ସେନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି ଏସିଏଫ୍‌ । ଗତକାଲି ଦିନ ତମାମ ତାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଚାଲିଥିଲା ଚଢାଉ ।  ସମ୍ବଲପୁର ଟାଉନରୁ ଏକ ୩ ମହଲା ସମେତ ୩ କୋଠା ,ଭୁବନେଶ୍ୱରରେ ଗୋଟିଏ, ସମ୍ବଲପୁର ଟାଉନରୁ ମିଳିଛି ୩ଟି ଫ୍ଲାଟ । ସେହିପରି ସମ୍ବଲପୁର ଓ ବରଗଡ଼ରୁ ୭ଟି ପ୍ଲଟ ଓ ୧୫୦ ଗ୍ରାମ ସୁନା ହୋଇଛି ଠାବ ।

What's Your Reaction?

like

dislike

love

funny

angry

sad

wow