ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍

ଆଗରେ ଅଟୋ ପାର୍ଟସ ଦୋକାନର ସାଇନ ବୋର୍ଡ ଲଗାଇ ଭିତରେ ଚାଲିଥିଲା ନକଲି ଚା’ ପତି କାରବାର। ନକଲି ଚା ପ୍ୟାକେଟରେ ନାମିଦାମୀ ଚା’ କମ୍ପାନୀର ଲୋଗୋ ଲଗାଇ ହେଉଥିଲା ପ୍ୟାକିଂ।ଏନେଇ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଗ୍ରୱାଲା ଛକ ନିକଟ ନକଲି ଚା’ ପ୍ୟାକିଂ କାରଖାନା ଉପରେ ହୋଇଛି ଚଢ଼ାଉ । ବଜାରରୁ ଶସ୍ତା ଦାମରେ ଚା କିଣି ଏହାକୁ ସମ୍ରାଟ ଗୋଲ୍ଡ, ସିଗ୍ମା ପ୍ରିମିୟମ, ଗୋଲ୍ଡ ଗାର୍ଡେନ ଫ୍ରେସ, ଅଜନ୍ତା ଗୋଲ୍ଡ ନାମକ ନାମି ଦାମୀ କମ୍ପାନୀର ଲୋଗୋ ସହ ପ୍ଯାକେଜିଂ କରି ବିକ୍ରି କରା ଯାଉଥିବା ନେଇ ହୋଇଥିଲା ଅଭିଯୋଗ । ଟାଟା ଟି କମ୍ପାନୀ ପକ୍ଷରୁ ଏନେଇ ଦିଲ୍ଲୀ ଉଚ୍ଚନ୍ୟାୟଳୟରେ ଆବେଦନ କରାଯିବା ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଗଠିତ ଏକ ଦଳ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଳେଶ୍ବର ପୋଲିସ ସହାୟତାରେ କରିଥିଲେ ଚଢ଼ାଉ । ଅଟୋପାର୍ଟସ ଦୋକାନ ଭିତରୁ ପ୍ୟାକେଜିଂ ଯନ୍ତ୍ର , ବିଭିନ୍ନ ଚା କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ଯାଗ, ଚା ପ୍ଯାକେଟ ଆଦି କରାଯାଇଛି ଜବତ । ତେବେ ଦୀର୍ଘ ୧୫ ବର୍ଷ ଧରି ଏଠାରେ ଚାଲିଥିଲା ନକଲି ବେପାର । ଚା ପ୍ଯାକେଟ ସ୍ଥାନୀୟ ବଜାରରେ ବିକ୍ରି ହେବା ସହ ରାଜ୍ୟ ବାହାରକୁ ମଧ୍ୟ ଯାଉଥିବା ମିଳିଛି ସୂଚନା।
What's Your Reaction?






