ଶୀଘ୍ର ସିରିଆ ଛାଡ଼ିବାକୁ ଅପିଲ

Dec 7, 2024 - 12:54
 0  1
ଶୀଘ୍ର ସିରିଆ ଛାଡ଼ିବାକୁ ଅପିଲ

 ସିରିଆରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଭାରତ ବିଦେଶ ମନ୍ତ୍ରାଳୟ।ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ମଧ୍ଯ ଦିଆଯାଇଛି ପରାମର୍ଶ । କାରଣ ସିରିଆରେ ଭୟଙ୍କର ରୂପ ନେଉଛି ସପ୍ତାହେ ହେବ ଲାଗି ରହିଥିବା ଗୃହଯୁଦ୍ଧ। ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ସତ୍ତାରୁ ହଟାଇବାକୁ ଯୁଦ୍ଧ ଆରମ୍ଭ କରିଛନ୍ତି ହୟାତ ତହରିର ଅଲ ଶାମ ବିଦ୍ରୋହୀ। ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କର ହେଲାଣି ମୃତ୍ୟୁ । ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛି ସିରିଆରେ ଥିବା ଭାରତୀୟ ଦୂତାବାସ। 

What's Your Reaction?

like

dislike

love

funny

angry

sad

wow