ଓଡିଶାରେ ଆଉ ରହିବନି ଆଳୁ ସଙ୍କଟ

Dec 1, 2024 - 15:18
 0  4
ଓଡିଶାରେ ଆଉ ରହିବନି ଆଳୁ ସଙ୍କଟ

ଓଡିଶାରେ ଆଉ ରହିବନି ଆଳୁ ସଙ୍କଟ । ସୋମବାର ସକାଳ ସୁଦ୍ଧା ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିବ ୩୦୦ ଟ୍ରକ୍ ଆଳୁ । ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । ଏ ନେଇ ରିପୋର୍ଟ ଆସିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ  ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଯେଉଁ ବେପାରୀ ମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ରଖିଛନ୍ତି । ଯଦି ସେମାନେ ଅନ୍ୟ ରାଜ୍ୟକୁ ରପ୍ତାନୀ କରିପାରିବେନି ତେବେ ଆଳୁ ପଚିଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ଵାଭାବିକ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଯେଉଁ ରାଜ୍ୟରେ ଯେଉଁ ସାମଗ୍ରୀ ଅଧିକ ଉତ୍ପାଦନ   ହୁଏ, ସେ ରାଜ୍ୟ ଅନ୍ୟ ରାଜ୍ୟକୁ ରପ୍ତାନୀ କରେ । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ଵାରା ଏହିଭଳି ବାତାବରଣ ଉପରେ ପଡୁଛି ଭଟ୍ଟା ।   ଠିକ୍ ହେଲା ନାହିଁ ତାଙ୍କର ଅନ୍ୟ ରାଜ୍ୟକୁ ଆଳୁ ନଦେବାର ନିଷ୍ପତ୍ତି । ପଶ୍ଚିମବଙ୍ଗ ବ୍ୟବସାୟୀ ମାନେ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି । କାରଣ ବେଶୀ ଦିନ ଆଳୁ ରହିଲେ ପଚିଯିବ । ତେଣୁ ମମତା ସବୁ ରାଜ୍ୟ ପ୍ରତି ସମଭାବନା ରଖିବା ଦରକାର ବୋଲି କହିଛନ୍ତି କୃଷ୍ଣ ଚନ୍ଦ୍ର ପାତ୍ର । 

What's Your Reaction?

like

dislike

love

funny

angry

sad

wow