ଦିଲ୍ଲୀରେ ମେଣ୍ଟ ହେବନି, ଏକା ଲଢିବ ଆପ୍

ଦିଲ୍ଲୀରେ ମେଣ୍ଟ ହେବନି, ଏକା ଲଢିବ ଆପ୍

 ଆଜି ଖବରଦାତା ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଦେଇଛନ୍ତି ବଡ଼ ବୟାନ।ସେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ କାହା ସହ ମେଣ୍ଟ ନକରି ଏକା ଲଢିବ ଆମ୍ ଆଦମୀ ପାର୍ଟି।ତେବେ ଆପ୍ ଜାତୀୟ ସ୍ତରରେ ଇଣ୍ଡି ମେଣ୍ଟରେ ସାମିଲ ରହିବ ବୋଲି କହିଛନ୍ତି କେଜ୍ରିୱାଲ  । ଆସନ୍ତା ବର୍ଷ ଫେବ୍ରୁଆରୀରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ମାତ୍ର ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା କରିନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ଏହା ପୂର୍ବରୁ ୧୪ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ଆମ୍ ଆଦମୀ ପାର୍ଟି।