ଆଇସିସି ଅଧ୍ୟକ୍ଷଭାବେ ଦାୟିତ୍ବ ଗ୍ରହଣ କଲେ ଜୟ ଶାହା

Dec 1, 2024 - 16:54
 0  4
ଆଇସିସି ଅଧ୍ୟକ୍ଷଭାବେ ଦାୟିତ୍ବ ଗ୍ରହଣ କଲେ ଜୟ ଶାହା

 ଆଜି ବିଧିବଦ୍ଧ ଭାବେ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ବିସିସିଆଇର ପୂର୍ବତନ ସମ୍ପାଦକ ଜୟ ଶାହ।ଆଜି ଠାରୁ ଆରମ୍ଭ ହୋଇଛି ତାଙ୍କ କାର୍ଯ୍ୟକାଳ। ୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିସିସିଆଇ ଓ ପିସିବି ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ହାଇବ୍ରିଡ ମଡେଲ ଉପରେ ଚାଲିଛି ଆଲୋଚନା। ଏସବୁ ଭିତରେ  ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୟ ଶାହ।କୁହାଯାଉଛି ଯେ, କୌଣସି ଉପାୟ ନ ପାଇ ହାଇବ୍ରିଡ ମଡେଲ ଆପଣାଇବାକୁ ରାଜି ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ। ଆଇସିସି ପକ୍ଷରୁ ହିଁ ପିସିବିକୁ  ଦିଆଯାଇଥିଲା ହାଇବ୍ରିଡ ମଡେଲର ପ୍ରସ୍ତାବ। ତେବେ ଏଥିପାଇଁ  ଆଇସିସି ଆଗରେ କେତେକ ସର୍ତ୍ତ ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ପ୍ରଥମ ସର୍ତ୍ତ ହେଉଛି- କେବଳ ଭାରତୀୟ ଦଳର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବ। କାରଣ  ନିଜ ଦଳକୁ ପାକିସ୍ତାନ ପଠାଇବାକୁ ମନା କରିଛନ୍ତି ଭାରତ ସରକାର।

ଦ୍ୱିତୀୟ ସର୍ତ୍ତ- ଯଦି ଭାରତ ଫାଇନାଲକୁ ନ ଯାଏ ତେବେ ଲାହୋରରେ ହେବ ଫାଇନାଲ ,ଲାହୋରରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଆୟୋଜନ କରିବ ପାକିସ୍ତାନ।

ସେହିପରି ତୃତୀୟ ସର୍ତ୍ତ ହେଉଛି-ଭବିଷ୍ୟତରେ ଭାରତରେ ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୁଏ ତେବେ ଭାରତକୁ ଖେଳିବାକୁ ଯିବ ନାହିଁ ପାକିସ୍ତାନ  ଓ ତାହା ହାଇବ୍ରିଡ୍ ମୋଡରେ ଖେଳାଯିବ । ତେବେ ଏନେଇ ଆଇସିସି ପକ୍ଷରୁ ମିଳିନି ପ୍ରତିକ୍ରିୟା । ଚାମ୍ପିୟନ୍ସ ଟ୍ରଫିର ହୋଷ୍ଟିଂକୁ ନେଇ ଏଯାଏ  ଆସିନାହିଁ କୌଣସି ସ୍ପଷ୍ଟତା।

What's Your Reaction?

like

dislike

love

funny

angry

sad

wow