ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି

Dec 2, 2024 - 12:55
 0  6
ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି

ଆଜି ଉତ୍ତରପ୍ରଦେଶରୁ ଓଡିଶାକୁ ଆସିଛି ଆଳୁ ଗାଡ଼ି।ଆହୁରି ଗାଡ଼ି ପହଞ୍ଚିବା ନେଇ ସୂଚନା ଦେଇଛନ୍ତି ବ୍ୟବସାୟୀ ମହାସଂଘ ମହାସଚିବ।ଉତ୍ତରପ୍ରଦେଶରୁ ଗୋଟିଏ ଟ୍ରକ୍ ଆଳୁ ଆଜି ସକାଳେ କଟକ ଛତ୍ର ବଜାରରେ ପହଞ୍ଚିଥିବା ବେଳେ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିଲା ୪ଟ୍ରକ୍ ଆଳୁ। ପଶ୍ଚିମବଙ୍ଗରୁ ଏହି ଆଳୁ ଗାଡ଼ି ଗଳାବାଟ ଦେଇ ଆସିଥିବା ମିଳିଛି ସୂଚନା। ସେହିପରି ଉତ୍ତରପ୍ରଦେଶରୁ ଭୁବନେଶ୍ୱର ଆଇଗିଣିଆ ବଜାରକୁ ଆସିଛି ୧୦ରୁ୧୨ ଟ୍ରକ ଆଳୁ । ତେବେ ଆଳୁ ଗାଡ଼ି ପହଞ୍ଚିବା ପରେ ବଜାରରେ ଆଳୁ ଦର ହ୍ରାସ ପାଇବ ବୋଲି ଆଶାବାଦୀ ଅଛନ୍ତି ଗ୍ରାହକ। ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ନ ଛାଡ଼ିବା ପରେ ବଜାରରେ ୩oରୁ ୩୫ଟଙ୍କା ଦରରେ ମିଳୁଥିବା ଆଳୁ ୫୦ ରୁ ୬୦ ଟଙ୍କାର ହେଉଥିଲା ବିକ୍ରି , ଯାହାକୁ ନେଇ ଚିନ୍ତାରେ ଥିଲେ ଗ୍ରାହକ। 

What's Your Reaction?

like

dislike

love

funny

angry

sad

wow