ପୁଅର ଅପରାଧ କ୍ଷମା କରିଦେଲେ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିବାଦୀୟ ପଦକ୍ଷେପ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବନ୍ଧୁକ ଓ କର ଠକେଇ ମାମଲାରେ ପୁଅ ହଣ୍ଟରଙ୍କୁ ସେ ଦେଇଛନ୍ତି ରାଜକ୍ଷମା। ପରିବାର ଲାଗି କୌଣସି କ୍ଷମତାର ପ୍ରୟୋଗ କରିବେ ନାହିଁ ବୋଲି ବାଇଡେନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ସେ ନିଜେ କରିଛନ୍ତି ଉଲ୍ଲଂଘନ।ଏକ ବିବୃତ୍ତି ଜାରି କରି ବାଇଡେନ କହିଛନ୍ତି ଯେ ,ମୁଁ ମୋ ପୁଅ ହଣ୍ଟରକୁ ସବୁ ଅପରାଧରୁ ଦେଉଛି କ୍ଷମା । ଯେହେତୁ ମୁଁ ରାଷ୍ଟ୍ରପତି ପଦ ଗ୍ରହଣ କରିଛି, ମୁଁ କହିଛି ଯେ ମୁଁ ନ୍ୟାୟ ବିଭାଗର ନିଷ୍ପତ୍ତିରେ ହସ୍ତକ୍ଷେପ କରିବି ନାହିଁ । ମୁଁ ଏହି ପ୍ରତିଶ୍ରୁତି ପାଳନ କରିଛି । କିନ୍ତୁ ମୁଁ ଦେଖିଲି ମୋ ପୁଅକୁ କରାଯାଉଛି ନିଶାଣ। ଅନ୍ୟାୟ ଭାବରେ କରାଯାଉଛି ଅଦାଲତ ଚାଲାଣ । ମୋ ପୁଅ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।ସେପଟେ ଏନେଇ ବର୍ଷିବା ସହ ସିଧାସଳଖ ବାଇଡେନଙ୍କୁ ନିଶାଣ କରି ଏହା କ୍ଷମତାର ଅପବ୍ୟବହାର ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।
What's Your Reaction?