କିଏ ହେବ ଏନଭିଡିଆର ପରବର୍ତ୍ତୀ ମୁଖ୍ୟ? ୩ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୧୧ ନାମକୁ ନେଇ ଚର୍ଚ୍ଚା

Nov 13, 2026 - 14:48
କିଏ ହେବ ଏନଭିଡିଆର ପରବର୍ତ୍ତୀ ମୁଖ୍ୟ? ୩ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୧୧ ନାମକୁ ନେଇ ଚର୍ଚ୍ଚା

ବିଶ୍ୱର ପ୍ରମୁଖ କମ୍ପ୍ୟୁଟର ଚିପ୍‌ ନିର୍ମାତା କମ୍ପାନି ଏନଭିଡିଆର ନୂଆ ମୁଖ୍ୟ କିଏ ହେବେ, ତାକୁ ନେଇ ଆନ୍ତର୍ଜାତିକ ପ୍ରଯୁକ୍ତି ଜଗତରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନ ଧରି କମ୍ପାନିର ନେତୃତ୍ୱ ନେଇଥିବା ଜେନସେନ୍ ହୁଆଙ୍ଗ୍‌ଙ୍କ ଇସ୍ତଫା ପରେ ଏବେ ନୂଆ ମୁଖ୍ୟଙ୍କ ସନ୍ଧାନ ଆରମ୍ଭ ହୋଇଛି। 

ବିଶ୍ୱର ପ୍ରମୁଖ କମ୍ପ୍ୟୁଟର ଚିପ୍‌ ନିର୍ମାତା କମ୍ପାନି ଏନଭିଡିଆର ନୂଆ ମୁଖ୍ୟ କିଏ ହେବେ, ତାକୁ ନେଇ ଆନ୍ତର୍ଜାତିକ ପ୍ରଯୁକ୍ତି ଜଗତରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନ ଧରି କମ୍ପାନିର ନେତୃତ୍ୱ ନେଇଥିବା ଜେନସେନ୍ ହୁଆଙ୍ଗ୍‌ଙ୍କ ଇସ୍ତଫା ପରେ ଏବେ ନୂଆ ମୁଖ୍ୟଙ୍କ ସନ୍ଧାନ ଆରମ୍ଭ ହୋଇଛି। ଏହି ପଦ ପାଇଁ ଟିମ୍ କୁକ୍‌ଙ୍କଠାରୁ ଆରମ୍ଭ କରି ଲିସା ସୁ’ଙ୍କ ପର୍ଯ୍ୟନ୍ତ ୧୧ ଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। ଏଥିରେ ଭାରତୀୟ ବଂଶୋଦ୍ଭବ ତିନି ଜଣ ମଧ୍ୟ ରହିଛନ୍ତି। \

ଏନଭିଡିଆର ପରିଚାଳନା ପରିଷଦ ନିଜ କମ୍ପାନି ଭିତରୁ କିମ୍ବା ବାହାରୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଦାୟିତ୍ୱ ଦେବାକୁ ବିଚାର କରୁଛି। ଏହି ସମୟରେ ଅର୍ଥ ବିଭାଗର ମୁଖ୍ୟ କୋଲେଟ୍ କ୍ରେସ୍‌ଙ୍କୁ ଅସ୍ଥାୟୀ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ଆପଲ୍‌ର ପୂର୍ବତନ ମୁଖ୍ୟ ଟିମ୍ କୁକ୍‌ଙ୍କ ନାମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ପଦ ପାଇଁ କୁକ୍‌ଙ୍କୁ ପସନ୍ଦ କରୁଥିବା ଖବରରେ କୁହାଯାଇଛି। ଷ୍ଟିଭ୍ ଜବ୍ସଙ୍କ ପରେ ଆପଲ୍‌ର ନେତୃତ୍ୱ ନେଇ କମ୍ପାନିର ବଜାର ମୂଲ୍ୟ ୩୫୦ ବିଲିୟନ୍ ଡଲାରରୁ ୪.୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇଥିଲେ କୁକ୍।

କମ୍ପାନି ପରିଚାଳନା ପାଇଁ ଗଭୀର ଜ୍ଞାନ ଆବଶ୍ୟକ
ଅନ୍ୟ ପ୍ରମୁଖ ନାମଗୁଡ଼ିକ ମଧ୍ୟରେ ଏଏମ୍‌ଡିର ମୁଖ୍ୟ ଲିସା ସୁ, ଆର୍ମର ମୁଖ୍ୟ ରେନେ ହାସ୍, ଇଣ୍ଟେଲ୍‌ର ପୂର୍ବତନ ମୁଖ୍ୟ ପ୍ୟାଟ୍ ଗେଲ୍‌ସିଙ୍ଗର୍, ମାର୍ଭେଲ୍‌ର ମ୍ୟାଟ୍ ମର୍ଫି ଓ ଆପଲ୍‌ର ହାର୍ଡୱେର୍ ବିଭାଗ ମୁଖ୍ୟ ଜୋନି ସ୍ରୌଜି ରହିଛନ୍ତି। ଏନଭିଡିଆର ଅଧିକାରୀ ଇଆନ୍ ବକ୍ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ମାଇକ୍ରନ୍‌ର ମୁଖ୍ୟ ସଞ୍ଜୟ ମେହରୋତ୍ରା, ପାଲୋ ଆଲ୍ଟୋ ନେଟୱାର୍କସ୍‌ର ମୁଖ୍ୟ ନିକେଶ ଆରୋରା ଓ ଗୁଗଲ୍ କ୍ଲାଉଡ୍‌ର ମୁଖ୍ୟ ଥୋମାସ୍ କୁରିଆନ୍‌ଙ୍କ ନାମ ରହିଛି।

ନୂଆ ମୁଖ୍ୟଙ୍କ ପାଇଁ କେବଳ ବୃହତ୍ କମ୍ପାନି ପରିଚାଳନାର ଅଭିଜ୍ଞତା ନୁହେଁ, କୃତ୍ରିମ ବୁଦ୍ଧିମତ୍ତା, ଚିପ୍ ନିର୍ମାଣ, ଅର୍ଥନୀତି ଓ ବିଶ୍ୱ ବଜାର ସମ୍ପର୍କରେ ଗଭୀର ଜ୍ଞାନ ମଧ୍ୟ ଆବଶ୍ୟକ। ତେଣୁ ଏହି ୧୧ ଜଣଙ୍କ ମଧ୍ୟରୁ କାହାକୁ କମ୍ପାନିର ଦାୟିତ୍ୱ ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

What's Your Reaction?

like

dislike

love

funny

angry

sad

wow