ଅଲିମ୍ପିକ୍ସ ପାଇଁ ହକି ଟିମ୍ ଘୋଷଣା, ହରମନପ୍ରୀତଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ଅଲିମ୍ପିକ୍ସ ପାଇଁ ହକି ଟିମ୍ ଘୋଷଣା, ହରମନପ୍ରୀତଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଘୋଷଣା କରାଯାଇଛି ୧୯ ଜଣିଆ ଭାରତୀୟ ହକି ଦଳ। ଏଥିରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ।ସେହିପରି ହାର୍ଦ୍ଦିକ ସିଂହଙ୍କୁ କରାଯାଇଛି ଉପଅଧିନାୟକ। ପ୍ୟାରିସ୍ ଅଲିମ୍ପିକ୍ସରେ ପାଞ୍ଚ ଜଣ ନବାଗତଙ୍କୁ ଡେବ୍ୟୁ କରିବାକୁ ମିଳିଛି ସୁଯୋଗ। ସେମାନେ ହେଲେ ଜରମନପ୍ରୀତ ସିଂହ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂହ । ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ।