ଟି-୨୦ ବିଶ୍ୱକପରେ ବିଜୟଧାରା ଜାରି ରଖିଛି ଭାରତ

Jun 21, 2024 - 11:32
 0  2
ଟି-୨୦ ବିଶ୍ୱକପରେ ବିଜୟଧାରା ଜାରି ରଖିଛି ଭାରତ

ଚଳିତ ଟି-୨୦ ବିଶ୍ୱକପରେ ଜାରି ରହିଛି ଭାରତୀୟ ଦଳର ବିଜୟଧାରା । ଗୁରୁବାର ସୁପର-୮ରେ ଭାରତ ତା’ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନର ବଡ଼ ବ୍ୟବଧାନରେ କରିଛି ପରାସ୍ତ। ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍ ଦେଖାଇଥିଲା ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା ଦଳ । ଲଗାତର ଦ୍ୱିତୀୟ ଅର୍ଦ୍ଧଶତକ ମାରିଥିଲେ ସୂର୍ଯ୍ୟକୁମାର । ମାତ୍ର ୨୮ ବଲରେ ସେ ଖେଳିଥିଲେ ୫୩ ରନର ଇନିଂସ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୨, ବିରାଟ କୋହଲି ୨୪, ଋଷଭ ପନ୍ତ ୨୦ ରନର କରିଥିଲେ ଯୋଗଦାନ । ଆଫଗାନସ୍ତାନ ପାଇଁ ଅଧିନାୟକ ରାଶିଦ୍ ଖାନ୍ ଓ ଫଜଲ ଫାରୁକି ନେଇଥିଲେ ୩ଟି ଲେଖାଏଁ ୱିକେଟ୍ । ୧୮୨ ରନର ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ପ୍ରଥମ ଓଭରରୁ କରିଥିଲା ଭଲ ଆରମ୍ଭ । ତେବେ ବୁମରାଙ୍କ ଘାତକ ସ୍ପେଲ ଏବଂ ଅନ୍ୟ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ  ପଡ଼ୋଶୀ ଦଳକୁ ୧୩୪ ରନରେ ସୀମିତ ରଖିଥିଲା ଭାରତ । ବୁମରା ଓ ଅର୍ଶଦୀପ ୩ଟି ଲେଖାଏଁ ସଫଳତା ପାଇଥିବା ବେଳେ କୁଲଦୀପ ନେଇଥିଲେ ୨ଟି ୱିକେଟ୍। ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ ।

What's Your Reaction?

like

dislike

love

funny

angry

sad

wow