ଦୀପ୍ତିଙ୍କ ଦମଦାର ରେକର୍ଡ! ବିନା ରନ୍ରେ ୩ ୱିକେଟ୍, ଟି-୨୦ରେ ଇତିହାସ ରଚିଲେ !
ମହିଳା ଆନ୍ତର୍ଜାତିକ କ୍ରିକେଟରେ ଅଲରାଉଣ୍ଡର ଦିପ୍ତି ଶର୍ମାଙ୍କ ରେକର୍ଡ । ଏସିଆ କପରେ ଥାଇଲାଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳର ଅନୁଭବୀ ଅଲରାଉଣ୍ଡର ବିନା କୌଣସି ରନ ଦେଇ ୩ଟି ୱିକେଟ ହାସଲ କରିଛନ୍ତି ।
ମହିଳା ଆନ୍ତର୍ଜାତିକ କ୍ରିକେଟରେ ଅଲରାଉଣ୍ଡର ଦିପ୍ତି ଶର୍ମାଙ୍କ ରେକର୍ଡ । ଏସିଆ କପରେ ଥାଇଲାଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳର ଅନୁଭବୀ ଅଲରାଉଣ୍ଡର ବିନା କୌଣସି ରନ ଦେଇ ୩ଟି ୱିକେଟ ହାସଲ କରିଛନ୍ତି । ଏଥିସହିତ ଦୀପ୍ତି ମହିଳା ଟି-ଟ୍ବେଣ୍ଟି ଆନ୍ତର୍ଜାତିକ କ୍ରିକେଟରେ ସବୁଠାରୁ ଅଧିକ ୱିକେଟ ନେଇଥିବା କ୍ରିକେଟର ହୋଇଛନ୍ତି । ଦିପ୍ତୀ ୧୫୦ ୱିକେଟରେ ୧୭୧ ୱିକେଟ ହାସଲ କରିଛନ୍ତି । ଦିପ୍ତୀ ତୃତୀୟ ମହିଳା ଭାରତୀୟ କ୍ରିକେଟର ହିସାବରେ ୧୫୦ ତମ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି ।
ଏହା ପୂରବ୍ରୁ ହରମନପ୍ରୀତ କୌର ୨୦୩ ଟି ମ୍ୟାଚ ,ସ୍ମୃତି ମାନ୍ଧାନା ୧୭୨ ଟି ମ୍ୟାଚ ଖେଳିଛନ୍ତି । ଦିପ୍ତିଙ୍କ ସମେତ ୧୨ ଜଣ କ୍ରିକେଟର ୧୫୦ରୁ ଅଧିକ ଟି ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ଭାରତୀୟ ମହିଳା କ୍ରିକେଟର ହିସାବରେ ଦୀପ୍ତି ଏକମାତ୍ର ଖେଳାଳି ଯିଏ କି ବିନା କୌଣସି ରନ ଦେଇ ତିନଟି ୱିକେଟ ନେଇଛନ୍ତି ।
What's Your Reaction?