ଭାରତକୁ ରୁଷିଆର ବଡ଼ ଅଫର୍! ୫୦ ହଜାର କୋଟିରେ ଆସିବ ଆଉ ୫ S-400

Aug 31, 2026 - 14:33
 0  1
ଭାରତକୁ ରୁଷିଆର ବଡ଼ ଅଫର୍! ୫୦ ହଜାର କୋଟିରେ ଆସିବ ଆଉ ୫ S-400

ଭାରତୀୟ ବାୟୁସେନାର ଆକାଶ ପ୍ରତିରକ୍ଷା କବଚ ହେବ ଆହୁରି ଅଭେଦ୍ୟ । ରୁଷିଆ ଠାରୁ ଆଉ ୫ଟି ଶକ୍ତିଶାଳୀ ଏସ୍-୪୦୦ ସୁଦର୍ଶନ ଏୟାର ଡିଫେନ୍ସ ସିଷ୍ଟମ ସ୍କ୍ୱାଡ୍ରନ କିଣିବାକୁ ଯାଉଛି ଭାରତ । 

ଭାରତୀୟ ବାୟୁସେନାର ଆକାଶ ପ୍ରତିରକ୍ଷା କବଚ ହେବ ଆହୁରି ଅଭେଦ୍ୟ । ରୁଷିଆ ଠାରୁ ଆଉ ୫ଟି ଶକ୍ତିଶାଳୀ ଏସ୍-୪୦୦ ସୁଦର୍ଶନ ଏୟାର ଡିଫେନ୍ସ ସିଷ୍ଟମ ସ୍କ୍ୱାଡ୍ରନ କିଣିବାକୁ ଯାଉଛି ଭାରତ । ପ୍ରାୟ ୫୦ ହଜାର କୋଟି ଟଙ୍କାର ଏହି ମେଗା ଡିଲ୍‌ ପାଇଁ ଭାରତ ଜାରି କରିଥିବା ଟେଣ୍ଡର ଉପରେ ରୁଷିଆ ନିଜର ବିସ୍ତୃତ ପ୍ରସ୍ତାବ ପ୍ରଦାନ କରିଛି । ସୂଚନା ଅନୁସାରେ, ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଟେଣ୍ଡର ଉପରେ ରୁଷିଆ ସରକାରୀ ସ୍ତରରେ ସବୁଜ ସଙ୍କେତ ଦେଇ ପ୍ରସ୍ତାବ ଦାଖଲ କରିଛି । ବର୍ତ୍ତମାନ ଏହି ପ୍ରସ୍ତାବର ଯାଞ୍ଚ ଓ ମୂଲ୍ୟାୟନ ପ୍ରକ୍ରିୟା ଚାଲିଛି । 

ଚୁକ୍ତି ସ୍ୱାକ୍ଷରିତ ହେବାର ପ୍ରାୟ ୩ ବର୍ଷ ମଧ୍ୟରେ ଏହି ନୂତନ ସ୍କ୍ୱାଡ୍ରନଗୁଡ଼ିକର ଯୋଗାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ୨୦୧୮ରେ ହୋଇଥିବା ଚୁକ୍ତି ମୁତାବକ ଭାରତକୁ ମିଳିବାକୁ ଥିବା ୫ଟି ସ୍କ୍ୱାଡ୍ରନ ମଧ୍ୟରୁ ୪ଟି ମିଳିସାରିଛି ଏବଂ ଶେଷ ସ୍କ୍ୱାଡ୍ରନଟି ଖୁବ୍‌ଶୀଘ୍ର ପହଞ୍ଚିବାକୁ ଯାଉଛି । ନୂତନ ଭାବେ ଆସୁଥିବା ୫ଟି ଅତିରିକ୍ତ ଏସ୍-୪୦୦ ସ୍କ୍ୱାଡ୍ରନକୁ ପୂର୍ବ ଏବଂ ପଶ୍ଚିମ ମୋର୍ଚ୍ଚାରେ ମୁତୟନ କରି ଭାରତ ନିଜର ଦୀର୍ଘ ଦୂରଗାମୀ ଏୟାର ଡିଫେନ୍ସକୁ ଆହୁରି ମଜଭୁତ କରିବ । ଏହା ବ୍ୟତୀତ ମିସାଇଲ୍ ଷ୍ଟକ୍‌ ବୃଦ୍ଧି ପାଇଁ ୨୮୦ରୁ ଊର୍ଦ୍ଧ୍ୱ ଅତିରିକ୍ତ କ୍ଷେପଣାସ୍ତ୍ର ମଧ୍ୟ ସାମିଲ କରିବାକୁ ଯୋଜନା ରହିଛି। ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲଢୁଆ ବିମାନ, କ୍ରୁଜ୍ ମିସାଇଲ୍ ଏବଂ ଡ୍ରୋନକୁ ଆକାଶ ମାର୍ଗରେ ହିଁ ଧ୍ୱଂସ କରିବାରେ ଏସ୍-୪୦୦ ବେଶ୍ ପାରଙ୍ଗମ, ଯାହା ଭାରତୀୟ ସୀମାକୁ ସମ୍ପୂର୍ଣ୍ଣ ଅଭେଦ୍ୟ କରି ଗଢ଼ି ତୋଳିବ । 

What's Your Reaction?

like

dislike

love

funny

angry

sad

wow