ସୂର୍ଯ୍ୟକୁମାରଙ୍କୁ ଝଟକା, ଟି-୨୦ ଦଳରୁ ବାଦ୍‌; ପ୍ରଥମ ଥର ନିଷ୍ପତ୍ତି ନେଇ ମୁହଁ ଖୋଲିଲେ

Aug 29, 2026 - 15:07
 0  2
ସୂର୍ଯ୍ୟକୁମାରଙ୍କୁ ଝଟକା, ଟି-୨୦ ଦଳରୁ ବାଦ୍‌; ପ୍ରଥମ ଥର ନିଷ୍ପତ୍ତି ନେଇ ମୁହଁ ଖୋଲିଲେ

ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ ପଡ୍‌କାଷ୍ଟରେ ସାମିଲ ହୋଇ ସୂର୍ଯ୍ୟକୁମାର କହିଛନ୍ତି, ଦଳରୁ ବାଦ୍‌ ପଡ଼ିବା ନିଷ୍ପତ୍ତି ତାଙ୍କୁ ପ୍ରାରମ୍ଭରେ ନିରାଶ କରିଥିଲା। ଦୁଇ ବର୍ଷ ଧରି ଭାରତ ଗୋଟିଏ ବି ଟି-୨୦ ସିରିଜ୍‌ ହାରିନଥିଲା । 

ଟି-୨୦ ଦଳରୁ ବାଦ୍‌ ପଡ଼ିବା ଏବଂ ଅଧିନାୟକ ପଦ ହରାଇବା ପରେ ପ୍ରଥମ ଥର ପାଇଁ ନିଜ ମନର କଥା କହିଛନ୍ତି ସୂର୍ଯ୍ୟକୁମାର ଯାଦବ । ଭାରତକୁ ଘରୋଇ ମାଟିରେ ୨୦୨୬ ଟି-୨୦ ବିଶ୍ୱକପ୍‌ ବିଜେତା କରାଇବା ପରେ ତାଙ୍କୁ ଦଳରୁ ବାଦ୍‌ ଦିଆଯିବା ସହ ଅଧିନାୟକ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂଆ ଟି-୨୦ ଅଧିନାୟକ ଦାୟିତ୍ୱ ଦିଆଯାଇଛି । 

ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ ପଡ୍‌କାଷ୍ଟରେ ସାମିଲ ହୋଇ ସୂର୍ଯ୍ୟକୁମାର କହିଛନ୍ତି, ଦଳରୁ ବାଦ୍‌ ପଡ଼ିବା ନିଷ୍ପତ୍ତି ତାଙ୍କୁ ପ୍ରାରମ୍ଭରେ ନିରାଶ କରିଥିଲା। ଦୁଇ ବର୍ଷ ଧରି ଭାରତ ଗୋଟିଏ ବି ଟି-୨୦ ସିରିଜ୍‌ ହାରିନଥିଲା । ଏହାସହ ଦଳ ଏସିଆ କପ୍‌ ଏବଂ ୨୦୨୬ ଟି-୨୦ ବିଶ୍ୱକପ୍‌ ମଧ୍ୟ ଜିତିଥିଲା । ଏଭଳି ସଫଳତା ପରେ ପରିବର୍ତ୍ତନର କାରଣ କ’ଣ ବୋଲି ପ୍ରଶ୍ନ ତାଙ୍କ ମନରେ ଉଠିଥିଲା । ସୂର୍ଯ୍ୟକୁମାର କହିଛନ୍ତି, “ଏଭଳି ପରିସ୍ଥିତି ଆସିବ ବୋଲି ମୁଁ ମଧ୍ୟ ଭାବିନଥିଲି। ୨୦୨୬ ପରେ ଆଗାମୀ ଦୁଇ ବର୍ଷ ଦଳକୁ ଆଗେଇ ନେବି ବୋଲି ଭାବିଥିଲି। ଅଲିମ୍ପିକ୍ସ ଆସିବ, ତା’ପରେ ଆଉ ଏକ ଟି-୨୦ ବିଶ୍ୱକପ୍‌ ଆସିବ। ଆଗକୁ ଆହୁରି ଅନେକ ଚ୍ୟାଲେଞ୍ଜ ରହିବ ବୋଲି ଭାବିଥିଲି ।”
ସେ ଆହୁରି କହିଛନ୍ତି, ନିଷ୍ପତ୍ତି ପରେ ସେ ପ୍ରାୟ ଦେଢ଼ ମାସ ଘରେ ରହିଥିଲେ। ତେବେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସେ ସମ୍ମାନ କରନ୍ତି । ଭବିଷ୍ୟତରେ ଯେକୌଣସି ସମୟରେ ଦଳରୁ ଡାକରା ମିଳିଲେ ଖେଳିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି ।

ସୂର୍ଯ୍ୟକୁମାରଙ୍କ ଖରାପ ଫର୍ମ ମଧ୍ୟ ତାଙ୍କ ଦଳରୁ ବାଦ୍‌ ପଡ଼ିବାର ଏକ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହୋଇଥିଲା । ୨୦୨୫ରେ ସେ ୨୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ମାତ୍ର ୨୧୮ ରନ୍‌ କରିଥିଲେ । ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଅପରାଜିତ ୪୭ ରନ୍‌ ତାଙ୍କ ସର୍ବାଧିକ ସ୍କୋର ଥିଲା । ୨୦୨୬ରେ ତାଙ୍କ ବ୍ୟାଟ୍‌ରୁ ୧୪ଟି ମ୍ୟାଚ୍‌ରେ ୪୮୪ ରନ୍‌ ଆସିଥିଲା। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା । ଟି-୨୦ ବିଶ୍ୱକପ୍‌ର ଆମେରିକା ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ୱାଙ୍ଖଡେ ଷ୍ଟାଡିୟମ୍‌ରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ ।
ଆଇପିଏଲ୍‌ରେ ମଧ୍ୟ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଆଶାନୁରୂପ ରହିନଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୩ଟି ମ୍ୟାଚ୍‌ରେ ସେ ୨୮୦ ରନ୍‌ କରିଥିଲେ। ଅନ୍ୟପଟେ ଦଳ ୧୦ଟି ଟିମ୍‌ ମଧ୍ୟରେ ନବମ ସ୍ଥାନରେ ରହିଥିଲା । 

What's Your Reaction?

like

dislike

love

funny

angry

sad

wow