ଭାରତରେ ପହଞ୍ଚି କାନ୍ଦିଲେ କୁସ୍ତିଯୋଦ୍ଧା ବିନେଶ ଫୋଗଟ
ଆଜି ସ୍ବଦେଶ ଫେରିଛନ୍ତି ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ପ୍ୟାରିସରୁ ଫେରିଥିବା ଭିନେଶଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଉତ୍ସାହର ସହିତ କରାଯାଇଥିଲା ସ୍ବାଗତ । ତାଙ୍କୁ ସମର୍ଥନ କରିବାକୁ ଜମିଥିଲା ବହୁ ସଂଖ୍ୟକ ପ୍ରଶଂସକଙ୍କ ଭିଡ। ଏହି ସମୟରେ ସାକ୍ଷୀ ମଲିକ ମଧ୍ୟ ତାଙ୍କୁ କରିଥିଲେ ସ୍ବାଗତ । ନିଜ ପ୍ରିୟଜନଙ୍କ ପାଖକୁ ଫେରିବା ପରେ ଲୁହକୁ ନିୟନ୍ତ୍ରଣ କରିନପାରି ଭାବପ୍ରବଣ ହୋଇପଡିଥିଲେ ଭିନେଶ । ଏଥିସହ ସମଗ୍ର ଦେଶବାସୀଙ୍କୁ ଅନେକ ଧନ୍ୟବାଦ। ମୁଁ ବହୁତ ଭାଗ୍ୟବାନ ବୋସି କହିଛନ୍ତି ଭିନେଶ ଫୋଗଟ। ଏହାପରେ ତାଙ୍କ ଜନ୍ମମାଟି ବାଲାଲିରେ ମଧ୍ୟ ତାଙ୍କୁ କରାଯାଇଛି ବିଶେଷ ସ୍ୱାଗତ ।
What's Your Reaction?