ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ

Aug 17, 2024 - 15:14
 0  9
ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ

ବର୍ତ୍ତମାନ ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ। ରୁଷିଆର କୁର୍ସ୍କ ଅଂଚଳରେ ୟୁକ୍ରେନର ଆକ୍ରମଣ ପରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଋଷିଆ ସାଂସଦ ତଥା ସଂସଦର ଉପସଭାପତି ମିଖାଇଲ ଶେରମେଟ୍ ।  ୟୁକ୍ରେନ ଆକ୍ରମଣ ପଛରେ ରହିଛି ପାଶ୍ଚାତ୍ୟ ଦେଶର ହାତ ,କାରଣ କୁର୍ସ୍କ ଆକ୍ରମଣରେ ବିଦେଶୀ ଅସ୍ତ୍ରଶସ୍ତ୍ର ମିଳିଥିବା ପ୍ରମାଣ ରହିଛି ବୋଲି କହିଛନ୍ତି ରୁଷ ସାଂସଦ। ଆଉ ଏହି କାରଣରୁ ତୃତୀୟ ବିଶ୍ଵଯୁଦ୍ଧ ହୋଇପାରେ ବୋଲି କହିଛନ୍ତି ମିଖାଇଲ । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଋଷିଆ ସୀମାନ୍ତରେ ସବୁଠାରୁ ଏହା ବଡ଼ ଆକ୍ରମଣ ବୋଲି ହେଉଛି ଚର୍ଚ୍ଚା। ରୁଷିଆରେ ହଜାର ବର୍ଗକିଲୋମିଟର ଅଂଚଳ ଉପରେ କବଜା କରିଥିବା ଦାବି କରିଛି ୟୁକ୍ରେନ। ଗତ ୬ ଅଗଷ୍ଟରେ ୟୁକ୍ରେନ ସେନା କରିଥିଲା ଏହି ଆକ୍ରମଣ । ୟୁକ୍ରେନ ସେନା ଋଷିଆ ସୀମାର ଅନେକ ଭିତରକୁ ପ୍ରବେଶ କରିଥିବା କରିଛି ଦାବି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଆହୁରି ତୀବ୍ର ହୋଇଛି ବିବାଦ।

What's Your Reaction?

like

dislike

love

funny

angry

sad

wow