ଏସୀୟ କ୍ରୀଡ଼ା ଟିଟି: ଶ୍ରୀଜା-ସିଣ୍ଡ୍ରେଲା, ଯଶସ୍ବିନୀ-ଦିୟା ଓ ମନୁଷଙ୍କ ବିଜୟ ଅଭିଯାନ
ମହିଳା ଯୁଗଳର ଦ୍ବିତୀୟ ରାଉଣ୍ଡରେ ଶ୍ରୀଜା ଓ ସିଣ୍ଡ୍ରେଲାଙ୍କ ଯୋଡ଼ି ମଙ୍ଗୋଲିଆର ବୁରେଞ୍ଜାରଗଲ ସାଞ୍ଜା ଓ ବୋଲୋର-ଏର୍ଡନ ବାତ୍ମୁଙ୍ଖଙ୍କୁ ସିଧାସଳଖ ୩-୦ରେ ପରାସ୍ତ କରିଥିଲେ। ଭାରତୀୟ ଯୋଡ଼ି ୧୧-୫, ୧୧-୪ ଓ ୧୨-୧୦ରେ ତିନିଟି ଗେମ୍ ଜିତି ନିଜ ଦାବିଦାରି ଦେଖାଇଥିଲେ।
ଚଳିତ ଏସୀୟ କ୍ରୀଡ଼ାର ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଗୁରୁବାର ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ମହିଳା ଯୁଗଳରେ ଶ୍ରୀଜା ଅକୁଲା-ସିଣ୍ଡ୍ରେଲା ଦାସ ଏବଂ ଯଶସ୍ବିନୀ ଘୋରପଡ଼େ-ଦିୟା ଚିତାଲେ ଯୋଡ଼ି ନିଜ ନିଜ ମ୍ୟାଚ୍ରେ ସହଜ ବିଜୟ ହାସଲ କରି ପ୍ରିକ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୁରୁଷ ଏକକରେ ମନୁଷ ଶାହ ମଧ୍ୟ ଚମତ୍କାର ବିଜୟ ସହ ଆଗାମୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।
ମହିଳା ଯୁଗଳର ଦ୍ବିତୀୟ ରାଉଣ୍ଡରେ ଶ୍ରୀଜା ଓ ସିଣ୍ଡ୍ରେଲାଙ୍କ ଯୋଡ଼ି ମଙ୍ଗୋଲିଆର ବୁରେଞ୍ଜାରଗଲ ସାଞ୍ଜା ଓ ବୋଲୋର-ଏର୍ଡନ ବାତ୍ମୁଙ୍ଖଙ୍କୁ ସିଧାସଳଖ ୩-୦ରେ ପରାସ୍ତ କରିଥିଲେ। ଭାରତୀୟ ଯୋଡ଼ି ୧୧-୫, ୧୧-୪ ଓ ୧୨-୧୦ରେ ତିନିଟି ଗେମ୍ ଜିତି ନିଜ ଦାବିଦାରି ଦେଖାଇଥିଲେ। ପ୍ରିକ୍ବାର୍ଟରଫାଇନାଲ୍ରେ ସେମାନେ ବିଶ୍ବର ୨ ନମ୍ବର ଚୀନ୍ ଯୋଡ଼ି କୁଆଇ ମାନ୍ ଓ ୱାଙ୍ଗ ମନ୍ୟୁଙ୍କୁ ଭେଟିବେ।
ଅନ୍ୟ ଏକ ମହିଳା ଯୁଗଳ ମୁକାବିଲାରେ ଯଶସ୍ବିନୀ ଓ ଦିୟାଙ୍କ ଯୋଡ଼ି ଇରାନର ସେତାୟେଶ ଲୌଖାନୀ ଓ ମହଶିଦ ଅଶତାରୀଙ୍କୁ ୩-୦ରେ ହରାଇଥିଲେ। ଭାରତୀୟ ଯୋଡ଼ି ୧୧-୨, ୧୧-୨ ଓ ୧୧-୪ରେ ଏକପାଖିଆ ବିଜୟ ହାସଲ କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ସେମାନଙ୍କ ସାମ୍ନା ଚୀନ୍ର ଫାନ୍ ଶୁହାନ୍ ଓ ଚେନ୍ ୟିଙ୍କ ସହ ହେବ।
ପୁରୁଷ ଏକକରେ ବିଶ୍ବ ମାନ୍ୟତାର ୪୩ତମ ସ୍ଥାନରେ ଥିବା ମନୁଷ ଶାହ ମାଲେସିଆର ୱଙ୍ଗ କ୍ବି ସେନ୍ଙ୍କୁ ୪-୦ରେ ହରାଇ ରାଉଣ୍ଡ-୩୨ରେ ପ୍ରବେଶ କରିଛନ୍ତି। ସେ ୧୧-୯, ୧୪-୧୨, ୧୧-୭ ଓ ୧୧-୪ରେ ମ୍ୟାଚ୍ ଜିତିଥିଲେ। ପରବର୍ତ୍ତୀ ରାଉଣ୍ଡରେ ସେ ବିଶ୍ବର ୨୦ ନମ୍ବର ଇରାନର ବେନ୍ୟାମିନ୍ ଫାରାଜିଙ୍କୁ ଭେଟିବେ। ସେହିପରି ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ମାନବ ଠାକର ସିଧାସଳଖ ରାଉଣ୍ଡ-୩୨ରେ ଉତ୍ତର କୋରିଆର ୟୁ ତାଏ ରିଓଙ୍ଗଙ୍କ ସହ ମୁକାବିଲା କରିବେ।
What's Your Reaction?