ଆସନ୍ତା ୨୯ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା

Jun 27, 2024 - 12:37
 0  7
ଆସନ୍ତା ୨୯ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଜାରି ରହିବ ବର୍ଷା । ଆଜି ପ୍ରବଳ ବର୍ଷା ନେଇ ଗଜପତି, ରାୟଗଡା, ନବରଙ୍ଗପୁର,କଳାହାଣ୍ଡି,ବଲାଙ୍ଗିର,ନୂଆପଡା,ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ଜାରି କରାଯାଇଛି ସତର୍କତା ।ସେହିଭଳି ଆସନ୍ତାକାଲି ପ୍ରବଳରୁ  ଅତି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, ନୂଆପଡା ସହ ୮ଟି ଜିଲ୍ଲାକୁ ହଳଦିଆ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୯ ତାରିଖରେ ପଶ୍ଚିମ ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା ।ଅନ୍ୟପଟେ ରାଜ୍ୟରେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୫ଟି ଜିଲ୍ଲା ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଏବଂ ବଲାଙ୍ଗିରରେ ଉତ୍କଟ ରହିଛି ସ୍ଥିତି । ତେବେ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେବାକୁ ଥିବା ବର୍ଷା ନିଅଣ୍ଟିଆ ଭରଣା କରିବା ଅସମ୍ଭବ।

What's Your Reaction?

like

dislike

love

funny

angry

sad

wow