ପ୍ୟାରିସ୍ ପାରାଅଲିମ୍ପିକ୍ସ, ଗୋଟିଏ ଦିନରେ ୮ଟି ପଦକ

Sep 3, 2024 - 12:34
 0  9
ପ୍ୟାରିସ୍ ପାରାଅଲିମ୍ପିକ୍ସ, ଗୋଟିଏ ଦିନରେ ୮ଟି ପଦକ

ପ୍ୟାରିସ ପାରାଲିମ୍ପିକ୍ସରେ ଗୋଟିଏ ଦିନରେ ୮ଟି ପଦକ ହାସଲ କରିଛି ଭାରତ । ପାରାଅଲିମ୍ପିକ୍ସର ପଞ୍ଚମ ଦିନରେ ଭାରତକୁ ମିଳିଛି ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ। ଏପର୍ଯ୍ୟନ୍ତ ୧୫ଟି ପଦକ ସହିତ ୧୫ତମ ସ୍ଥାନରେ ରହିଛି ଭାରତ ।ଭାରତର ସୁମିତ ଅନ୍ତିଲ ଜାଭେଲିନ୍ ଥ୍ରୋରେ ରେକର୍ଡ କରି ୭୦.୫୯ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଥିବାବେଳେ ବ୍ୟାଡମିଣ୍ଟନ ସିଙ୍ଗଲ୍ସ SL-3 କ୍ୟାଟେଗୋରୀରେ ସ୍ୱର୍ଣ୍ଣ ଜିତିଛନ୍ତି ନୀତେଶ କୁମାର।ପୁରୁଷ SL-4 କ୍ୟାଟେଗୋରୀରେ ଭାରତର ସୁହାସ ୟଥିରାଜ୍ ଜିତିଛନ୍ତି ରୌପ୍ୟ ପଦକ। ସେହିପରି ମହିଳା ସିଙ୍ଗଲ୍ସ SU-5 ବର୍ଗରେ ମହିଳା ସଟଲର୍ ଟି.ମୁରୁଗେସନ୍ ରୌପ୍ୟ ଜିତିଥିବା ବେଳେ ମନୀଷା ରାମାଦାସଙ୍କୁ  ମିଳିଛି ବ୍ରୋଞ୍ଜ ପଦକ।ପଞ୍ଚମ ଦିନରେ ଡିସକସ୍ ଥ୍ରୋ F-56 ଇଭେଣ୍ଟରେ ଭାରତର ଯୋଗେଶ କାଠୁନିଆ ରୌପ୍ୟ ପଦକ ଜିତିଥିବାବେଳେ ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ମିଳିଛି ବ୍ରୋଞ୍ଜ ପଦକ ।

What's Your Reaction?

like

dislike

love

funny

angry

sad

wow