ନାମିବ୍ୟାରେ ଭୟଙ୍କର ଅନାହାର ; ଲୋକଙ୍କ ଜୀବନ ବଞ୍ଚାଇବାକୁ ୭୨୩ ଜୀବଙ୍କୁ ହତ୍ୟା ନିର୍ଦ୍ଦେଶ

ନାମିବ୍ୟାରେ ଭୟଙ୍କର ହେଉଛି ଅନାହାର ସ୍ଥିତି। ଦୁର୍ଭିକ୍ଷରୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ୮୩ଟି ହାତୀ, ୩୦୦ ଜେବ୍ରା, ୩୦ ଜଳହସ୍ତୀ, ୬୦ ମଇଁଷି, ହରିଣ ଭଳି ୭୨୩ ଜଙ୍ଗଲି ଜୀବଙ୍କୁ କରାଯିବ ହତ୍ୟା। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ସରକାର । ଗୋଟେ ଶତାଦ୍ଦୀ ମଧ୍ୟରେ ଏହା ହେଉଛି ସବୁଠୁ ବଡ଼ ମରୁଡ଼ି ପରିସ୍ଥିତି ।ତେବେ ନାମିବ୍ୟା ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଯେଉଁ ଜୀବ ଦୁର୍ବଳ ଥିବେ କେବଳ ସେମାନଙ୍କୁ ହିଁ ମରାଯିବ । ଖୁବଶୀଘ୍ର ଏହି ଦୁର୍ବଳ ଜୀବଙ୍କୁ ଚିହ୍ନଟ କରିବା ସହ ଏମାନଙ୍କୁ ମାରିବା ପାଇଁ ତାଲିମପ୍ରାପ୍ତ ଶିକାରୀଙ୍କୁ କରାଯିବ ନିଯୁକ୍ତ। ଏଥିପାଇଁ କିଛି କମ୍ପାନି ଗୁଡ଼ିକୁ ମଧ୍ୟ ଦିଆଯିବ ଠିକା । ବର୍ତ୍ତମାନ ସୁଦ୍ଧା ୧୫୭ ଜୀବଙ୍କ ଶିକାର କରାଯାଥିବା ପ୍ରେସ ବିଜ୍ଞପ୍ତିରେ ମିଳିଛି ସୂଚନା। ଏହି ଶିକାର ଫଳରେ ସରକାରଙ୍କୁ ମିଳିଛି ୫୬ ହଜାର ୮୦୦ କିଲୋଗ୍ରାମ ମାଂସ ।
What's Your Reaction?






