UN ମଞ୍ଚରେ ଭାରତ-ପାକ୍ ବାକ୍ଯୁଦ୍ଧ, ଶେହବାଜଙ୍କ ଭାଷଣ ପରେ ଭାରତର ରାଇଟ୍ ଟୁ ରିପ୍ଲାଏ
ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଭିଭାଷଣ ପରେ ‘ରାଇଟ୍ ଟୁ ରିପ୍ଲାଏ’ ଜରିଆରେ ଭାରତ ପାକିସ୍ତାନକୁ ନିଶାନା କରିଛି ।
ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଭିଭାଷଣ ପରେ ‘ରାଇଟ୍ ଟୁ ରିପ୍ଲାଏ’ ଜରିଆରେ ଭାରତ ପାକିସ୍ତାନକୁ ନିଶାନା କରିଛି । ଜାତିସଂଘ ସାଧାରଣ ସଭାର ମଞ୍ଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ଦେଖିବାକୁ ମିଳିଛି । ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟଲ ଗେହଲୋଟ୍ ପାକିସ୍ତାନର ଶାସନ ବ୍ୟବସ୍ଥାକୁ ନେଇ ତୀବ୍ର ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନ ହେଉଛି “ସେନାର, ସେନା ଦ୍ୱାରା ଏବଂ ସେନା ପାଇଁ” ଚାଲୁଥିବା ଏକ ବ୍ୟବସ୍ଥା । ଗଣତାନ୍ତ୍ରିକ ଅଧିକାର ଓ ମାନବୀୟ ମୂଲ୍ୟବୋଧ ନେଇ ପାକିସ୍ତାନର ବକ୍ତବ୍ୟ ଉପରେ ମଧ୍ୟ ଭାରତ ପ୍ରଶ୍ନ ଉଠାଇଛି ।
ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଭାରତ ପାକିସ୍ତାନକୁ ଘେରିଛି । ଆଲ୍-କାଏଦା ମୁଖ୍ୟ ଓସାମା ବିନ୍ ଲାଦେନ୍ ପାକିସ୍ତାନର ଆବଟାବାଦରେ ରହୁଥିବା ଘଟଣାକୁ ଭାରତ ଉଲ୍ଲେଖ କରିଛି । ପାକିସ୍ତାନର ସେନାର ପ୍ରମୁଖ ଏକାଡେମୀ ନିକଟରେ ଲାଦେନ୍ ରହୁଥିବା ନେଇ ଭାରତୀୟ ପ୍ରତିନିଧି ପ୍ରଶ୍ନ ଉଠାଇଛନ୍ତି । କେବଳ ଆତଙ୍କବାଦ ନୁହେଁ, ଧାର୍ମିକ ଅସହିଷ୍ଣୁତା ଓ ସଂଖ୍ୟାଲଘୁଙ୍କ ଅଧିକାର ପ୍ରସଙ୍ଗରେ ମଧ୍ୟ ଭାରତ ପାକିସ୍ତାନର ଦାବିକୁ ଚ୍ୟାଲେଞ୍ଜ କରିଛି । ଭାରତୀୟ ପ୍ରତିନିଧି କହିଛନ୍ତି, ଧାର୍ମିକ ସହିଷ୍ଣୁତା ନେଇ ପାକିସ୍ତାନର ମନ୍ତବ୍ୟ ଏବଂ ଦେଶ ଭିତରେ ସଂଖ୍ୟାଲଘୁଙ୍କ ସ୍ଥିତି ମଧ୍ୟରେ ପାର୍ଥକ୍ୟ ରହିଛି ।
ଏହି ଅବସରରେ ଭାରତ ଆତଙ୍କବାଦ ବିରୋଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ପାକିସ୍ତାନର ବକ୍ତବ୍ୟକୁ ନେଇ ତୀବ୍ର ପ୍ରଶ୍ନ ଉଠାଇଛି । ଫଳରେ ଜାତିସଂଘ ମଞ୍ଚରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ତୀବ୍ର କଥା କଟାକଟି ଏବେ ଚର୍ଚ୍ଚାରେ ।
What's Your Reaction?