ରାଜନୀତିରୁ ସମ୍ପୂର୍ଣ୍ଣ ବିଦାୟ ନେଲେ ଇଭାଙ୍କା ଟ୍ରମ୍ପ

ରାଜନୀତିରୁ ସମ୍ପୂର୍ଣ୍ଣ ବିଦାୟ ନେଲେ ଇଭାଙ୍କା ଟ୍ରମ୍ପ

ଏଣିକି ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ ଇଭାଙ୍କା ଟ୍ରମ୍ପ।କାରଣ ସେ ରାଜନୀତିରୁ ନେଇଛନ୍ତି ସମ୍ପୂର୍ଣ୍ଣ ବିଦାୟ। ଏବେ ତାଙ୍କ ସ୍ବାମୀ ଏବଂ ପିଲାଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି ଇଭାଙ୍କା । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଇଭାଙ୍କାଙ୍କୁ ଅନେକ ସମୟରେ ଲଗାତର ଯାଞ୍ଚ ଓ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହାକୁ ନିୟନ୍ତ୍ରିତ କରିବାରେ ଅସମର୍ଥ ହୋଇଥିଲେ ଇଭାଙ୍କା ,ଯେଉଁଥିପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା ହେଉଛି ଚର୍ଚ୍ଚା । ତେବେ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅନେକ କାମ କରିଛନ୍ତି ଇଭାଙ୍କା ଟ୍ରମ୍ପ।