କୋଲକତା ଆର.ଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କୋଲକାତା ଆରଜି କର ହାସପାତାଳର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଏକ ଟେଣ୍ଡର ଫିକ୍ସିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ମିଳିଛି ସୂଚନା। କୋଲକାତା ତାଲିମ୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ବିବାଦକୁ ଆସିଥିଲେ ସନ୍ଦୀପ। ଏବେବି ମାମଲାର ସିବିଆଇ ସ୍କାନରରେ ରହିଛନ୍ତି ସେ। ମାମଲାକୁ ଚପାଇବାକୁ ଉଦ୍ୟମ କରିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିବା ନେଇ ତାଙ୍କ ନାମରେ ହୋଇଛି ଅଭିଯୋଗ। ସନ୍ଦୀପଙ୍କୁ ୧୨ ଦିନରେ ୧୨୦ରୁ ଅଧିକ ଘଣ୍ଟା ଧରି ଜେରା ସହ ତାଙ୍କର ପଲିଗ୍ରାଫ ଟେଷ୍ଟ ମଧ୍ଯ କରିଛି ସିବିଆଇ। ତାଙ୍କ ବିରୋଧରେ ଆରଜି କର୍ ମେଡିକାଲ କଲେଜରେ ରହିଥିଲା ଆର୍ଥିକ ଅନିୟମିତତାର ଅଭିଯୋଗ । ସନ୍ଦୀପ ଘୋଷଙ୍କୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ମଧ୍ଯ କରିଛି ନିଲମ୍ବିତ ।
What's Your Reaction?






