ପୁଣି ଚର୍ଚ୍ଚାରେ ମୁଷ୍ଟିଯୋଦ୍ଧା ଇମାନେ ଖେଲିଫ
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ରହିଥିଲେ ଆଲଜେରିଆର ମୁଷ୍ଟିଯୋଦ୍ଧା ଇମାନେ ଖେଲିଫ ।କିନ୍ତୁ ଅଲିମ୍ପିକ୍ସ ସମୟରେ ଇମାନେଙ୍କ ଲିଙ୍ଗକୁ ନେଇ ଦେଖାଦେଇଥିଲା ବିବାଦ ।ତେବେ ଅଲିମ୍ପିକ ସରିବାର ଦୀର୍ଘଦିନ ପରେ ସାମ୍ନାକୁ ଆସିଛି ତାଙ୍କର ଡାକ୍ତରୀ ରିପୋର୍ଟ । ଯେଉଁଥିରେ କୁହାଯାଇଛି ଯେ, ଇମାନଙ୍କ ଶରୀରରେ ରହିଛି ଅନେକ ପୁରୁଷ ଅଙ୍ଗ । ରିପୋର୍ଟ ଅନୁଯାୟୀ ଖଲିଫାଙ୍କ ଶରୀରରେ ଅଛି ଅତିରିକ୍ତ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ୍ , ଯାହା ୫-ଆଲଫା ରେଡକ୍ଟେଜ୍ ଅଭାବ ବୋଲି ଦର୍ଶାଏ ।
What's Your Reaction?