ଟ୍ରମ୍ପଙ୍କ ବଡ ଘୋଷଣା: ଡଲାରର ଅବମୂଲ୍ୟାୟନ କିମ୍ବା ଅନ୍ୟ ମୁଦ୍ରା ବ୍ୟବହାର କଲେ ମହଙ୍ଗା ହେବ ପରିଣତି

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ ଘୋଷଣା। ଅନ୍ତର୍ଜାତୀୟ କାରବାର କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଯଦି ଆମେରିକୀୟ ଡଲାରର ଅବମୂଲ୍ୟାୟନ କରନ୍ତି କିମ୍ବା ଅନ୍ୟ କୌଣସି ମୁଦ୍ରା ବ୍ୟବହାର କରନ୍ତି ତେବେ ଲାଗୁ କରାଯିବ ୧୦୦ ପ୍ରତିଶତ ଶୁଳ୍କ । ବର୍ତ୍ତମାନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ସଦସ୍ୟ ଅଛନ୍ତି ବ୍ରାଜିଲ, ରୁଷିଆ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା ଓ ଅନ୍ୟାନ୍ୟ ରାଷ୍ଟ୍ର । ଗତ ଅକ୍ଟୋବରରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଅନ୍ତର୍ଜାତୀୟ କାରବାର କ୍ଷେତ୍ରରେ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ହୋଇଥିଲା ଆଲୋଚନା । ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଟ୍ରମ୍ପ । ବର୍ତ୍ତମାନ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି ଇଜିପ୍ଟ, ଇରାନ ଓ ୟୁଏଇ । ତେବେ ବ୍ରିକ୍ସ ସମ୍ମିଳନୀ ଶେଷ ଭାଗରେ ବିକଳ୍ପ ମୁଦ୍ରା ଲାଗି କୌଣସି ଯୋଜନା ନଥିବା କହିଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
What's Your Reaction?






