ଟ୍ରମ୍ପ ସରକାରରେ ମସ୍କଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଟ୍ରମ୍ପ ସରକାରରେ ମସ୍କଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଡୋନାଲ୍ଟ ଟ୍ରମ୍ପଙ୍କ ସରକାରରେ ବିଶ୍ୱର ସବୁଠାରୁ ବଡ଼ ଧନୀ ତଥା ଟେସ୍‌ଲା ମାଲିକ ଏଲୋନ ମସ୍କଙ୍କୁ ମିଳିଲା ବଡ଼ ଦାୟିତ୍ୱ।ସେହିପରି ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ବିଭାଗର ଦାୟିତ୍ୱ ତୁଲାଇବାକୁ ନିଯୁକ୍ତ କରିଛନ୍ତି ଟ୍ରମ୍ପ।ପ୍ରଶାସନରେ ସ୍ବଚ୍ଛତା ଆଣିବା ଲାଗି ଉଭୟଙ୍କୁ ମିଳିଛି ଡିପାର୍ଟମେଣ୍ଟ ଅଫ୍ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ। ସେପଟେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ସଂସ୍ଥା ସିଆଇଏର ନିର୍ଦ୍ଦେଶକ ଭାବେ ନ୍ଯାସନାଲ ଇଣ୍ଟେଲିଜେନ୍ସର ପୂର୍ବତନ ନିର୍ଦ୍ଦେଶକ ଜନ ରାଟକ୍ଲିଫଙ୍କୁ ନିଯୁକ୍ତି ଦେଇଛନ୍ତି ଟ୍ରମ୍ପ। ସାମାଜିକ ଗଣମାଧ୍ୟମରେ ଏନେଇ ପୋଷ୍ଟ କରି ନିଜେ ସୂଚନା ଦେଇଛନ୍ତି ଟ୍ରମ୍ପ ।