ଟେଷ୍ଟ୍ କ୍ରିକେଟକୁ ଅଭସର ନେଲେ କିଙ୍ଗ୍ କୋହଲି

ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ଏନେଇ ସାମାଜିକ ଗଣମାଧ୍ଯମ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ନିଜେ ଦେଇଛନ୍ତି ସୂଚନା ।ଗତ ୧୪ ବର୍ଷ ଧରି ଟେଷ୍ଟ ଖେଳିଆସୁଥିଲେ ବିରାଟ । ତାଙ୍କ କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତାଙ୍କ ଅବସରକୁ ଗ୍ରହଣ କରିନଥିଲା ବିସିସିଆଇ । ଏବେ ତାଙ୍କର ଶେଷ ନିଷ୍ପତ୍ତିରେ ବାଜିଛି ମୋହର । ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ, 'ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ନୀଳ ଜର୍ସି ପିନ୍ଧିବାର ୧୪ ବର୍ଷ ହୋଇଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେଉଁ ଯାତ୍ରାରେ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଜର୍ସି ମୋତେ ପରୀକ୍ଷା କଲା, ମୋତେ ଗଢିତୋଳିଲା । ସେ ଆହୁରି ଲେଖିଛନ୍ତି ଯେ, ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା । ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ କୁ କେହି ଦେଖନ୍ତି ନାହିଁ କିନ୍ତୁ ଏହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ। ଯେତେବେଳେ ମୁଁ ଏହି ଫର୍ମାଟରୁ ଦୂରେଇ ଯାଉଛି, ଏହା ସହଜ ନୁହେଁ, କିନ୍ତୁ ଏହା ଠିକ ଅନୁଭବ ହୁଏ। ମୁଁ ଏଥିରେ ମୋର ସର୍ବସ୍ବ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି।’
What's Your Reaction?






