ଆଗକୁ ରାଜ୍ୟରେ ପ୍ରଚଣ୍ଡ ତାତି ହେବ ଅନୁଭୂତ।

ଆଗକୁ ରାଜ୍ୟରେ ପ୍ରଚଣ୍ଡ ତାତି ହେବ ଅନୁଭୂତ।

ଆଗକୁ ରାଜ୍ୟରେ ପ୍ରଚଣ୍ଡ ତାତି ହେବ ଅନୁଭୂତ। ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା। କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ମଙ୍ଗଳବାର ସମ୍ବଲପୁର ଓ  ଟିଟିଲାଗଡ଼ରେ ତାତି ୪୫ ଡିଗ୍ରୀ ରହିପାରେ ତାତି। ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଛଟପଟ କରିବ ତାତି ଓ ଗୁଳୁଗୁଳି। ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ। ସେପଟେ ଆଗକୁ ଆହୁରି ତାତି ବଢ଼ିବ ବୋଲି କହିଛନ୍ତି ବରିଷ୍ଠ କୃଷି ପାଣିପାଗ ବିଷାରଦ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ। ୧୩ ତାରିଖରେ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଅନୁଗୁଳରେ ୪୪ ଡିଗ୍ରୀ ରହିପାରେ ତାତି। ଭବାନୀପାଟଣା, ବାରିପଦା ଓ ନୂଆପଡ଼ାରେ ୪୩ ଡିଗ୍ରୀ ଛୁଇଁବ। ଉପକୂଳରେ ବି ୪୩ ଡିଗ୍ରୀ ପାଖାପାଖି ରହିବାର ରହିଛି ସମ୍ଭାବନା।ସେହିପରି ନୟାଗଡ଼ରେ ୪୩ ଡିଗ୍ରୀ ଏବଂ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଚାନ୍ଦବାଲି, ବାଲେଶ୍ୱରରେ ୪୨ ଛୁଇଁବ ତାପମାତ୍ରା  ।