ସ୍ବର୍ଣ୍ଣ ଜିତିବାରେ ବୈଭବ ସର୍ବକନିଷ୍ଠ ଭାରତୀୟ

Oct 3, 2026 - 15:45
ସ୍ବର୍ଣ୍ଣ ଜିତିବାରେ ବୈଭବ ସର୍ବକନିଷ୍ଠ ଭାରତୀୟ

୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସୌରଭ ୧୬ ବର୍ଷ ୩ ମାସ ୯ ଦିନ ବୟସରେ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ଜିତିଥିଲେ।

ପଦକ ଜିତିବାରେ ବୈଭବ (୧୫ ବର୍ଷ ୬ ମାସ ୭ ଦିନ) ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ହେଇଛନ୍ତି। ତାଙ୍କ ଆଗରେ ସଞ୍ଜାନା ବଥୁଲା (୧୫ ବର୍ଷ ୩ ମାସ ୧୧ ଦିନ) ରହିଛନ୍ତି। 

କ୍ରିକେଟ୍‌ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବାରେ ସର୍ବକନିଷ୍ଠ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ପାକିସ୍ତାନକୁ ହରାଇ ଭାରତ ସ୍ବର୍ଣ୍ଣ ଜିତିବା ପରେ ଏହି ଦଳରେ ସଦସ୍ୟ ଥିବା ୧୫ ବର୍ଷୀୟ ବୈଭବ ଏହି ସଫଳତା ପାଇଥିଲେ। ତାଙ୍କ ପୂର୍ବରୁ ଏହି ରେକର୍ଡ ସୁଟର୍‌ ସୌରଭ ଚୌଧୁରୀଙ୍କ ନାମରେ ଥିଲା। ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସୌରଭ ୧୬ ବର୍ଷ ୩ ମାସ ୯ ଦିନ ବୟସରେ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ଜିତିଥିଲେ। ପଦକ ଜିତିବାରେ ବୈଭବ (୧୫ ବର୍ଷ ୬ ମାସ ୭ ଦିନ) ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ହେଇଛନ୍ତି। ତାଙ୍କ ଆଗରେ ସଞ୍ଜାନା ବଥୁଲା (୧୫ ବର୍ଷ ୩ ମାସ ୧୧ ଦିନ) ରହିଛନ୍ତି। ସେ ହାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାରେ ମହିଳା ସ୍ପିଡ୍‌ ସ୍କେଟିଂ ୩୦୦୦ ମିଟର ରିଲେରେ କାଂସ୍ୟ ଜିତିଥିଲେ। ତୃତୀୟ ସ୍ଥାନରେ ଅଛନ୍ତି ସ୍କ୍ବାସ୍‌ ଖେଳାଳି ଅନାହାତ ସିଂହ (୧୫ ବର୍ଷ ୬ ମାସ ୧୬ ଦିନ)। ସେ ଗତ ସଂସ୍କରଣରେ ମହିଳା ଦଳଗତରେ କାଂସ୍ୟ ପାଇଥିଲେ। 

What's Your Reaction?

like

dislike

love

funny

angry

sad

wow