ପ୍ୟାରିସ ପାରା ଅଲିମ୍ପିକ୍ସ:ଷଷ୍ଠ ଦିନରେ ଭାରତକୁ ୫ପଦକ

ପ୍ୟାରିସ ପାରା ଅଲିମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ମିଳିଛି ୫ଟି ପଦକ ।ଯେଉଁଥିରେ ରହିଛି ୨ଟି ରୌପ୍ୟ ଓ ୩ କାଂସ୍ୟ । ଗତ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିଥିବା ବେଳେ ପ୍ୟାରିସରେ ଷଷ୍ଠ ଦିନରେ ହିଁ ଭାଙ୍ଗି ଯାଇଛି ଏହି ରେକର୍ଡ । ଏଥିସହ ମୋଟ ପଦକ ଜିତିବାରେ ଏହା ହେଉଛି ଭାରତର ସର୍ବକାଳୀନ ରେକର୍ଡ। ପ୍ରଥମେ ୪୦୦ ମିଟର ଦୌଡ଼ରୁ ଦୀପ୍ତି ଜୀବନଜୀ ପଦାର୍ପଣ ମ୍ୟାଚରେ ଜିତିଥିଲେ କାଂସ୍ୟ ପଦକ। ଏହାପରେ ପୁରୁଷ ଉଚ୍ଚ ଡିଆଁରେ ୧.୮୮ ମିଟର ଡେଇଁ ବ୍ୟକ୍ତିଗତ ରେକର୍ଡ କରିବା ସହ ରୌପ୍ୟ ପଦକ ହାସଲ କରିଛନ୍ତି ଶରଦ କୁମାର। ସେହିପରି ମାରିୟାପାନ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ କାଂସ୍ୟ ପଦକ ଜିତିଥିବା ବେଳେ ପୁରୁଷ ଜାଭଲିନରେ ଅଜୀତ ସିଂହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୬୫.୬୨ ମିଟର ଦେବା ସହ ରୌପ୍ୟ ଓ ସୁନ୍ଦର ସିଂହ ଗୁରଜାର ୬୪.୯୬ ମିଟର ଥ୍ରୋ କରି ପାଇଛନ୍ତି କାଂସ୍ୟ ପଦକ ।ଫଳରେ ୨୦କୁ ବୃଦ୍ଧି ପାଇଛି ଭାରତର ପଦକ ସଂଖ୍ୟା। ଏଥିରେ ରହିଛି ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୦ ବ୍ରାଞ୍ଜ ପଦକ ।
What's Your Reaction?






