ଦୁଷ୍କର୍ମ ବିରୋଧୀ 'ଅପରାଜିତା' ବିଲ୍ ପାରିତ
କୋଲକାତା ତାଲିମ୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ ଆଜି ଐତିହାସିକ ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ପାରିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ବିଲ୍ ଅଧୀନରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାକୁ ରହିଛି ନିୟମ । ବିଧାନସଭାରେ 'ଅପରାଜିତା' ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ପଠାଯିବ। ଉଭୟଙ୍କ ଅନୁମୋଦନ ପରେ ବିଲ୍ ଆଇନରେ ହେବ ପରିଣତ ।
ପଶ୍ଚିମବଙ୍ଗ ବିଧାନସଭାରେ ଉପସ୍ଥାପିତ ହୋଇଥିବା ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ର ତିନୋଟି ମୁଖ୍ୟ ବିଷୟ ଅଛି, ଯାହା ବଳାତ୍କାରର ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ କରୁଛି ବ୍ୟବସ୍ଥା। ସେଗୁଡ୍କ ହେଲା-
– ଯଦି ଜଣେ ମହିଳାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରାଯାଏ, ତେବେ ଦୋଷୀକୁ ଦିଆଯିବ ମୃତ୍ୟୁଦଣ୍ଡ।
– ଯଦି କୌଣସି ମହିଳାଙ୍କୁ ବଳାତ୍କାର କରାଯାଏ ,ଏହି ଅପରାଧ କରିଥିବା ଅପରାଧୀଙ୍କୁ ଆଜୀବନ କାରାଦଣ୍ଡରେ କରାଯିବ ଦଣ୍ଡିତ।
– ଯଦି ନାବାଳିକାକୁ ବଳାତ୍କାର କରାଯାଏ, ତେବେ ଅପରାଧୀଙ୍କୁ ଉଭୟ ୨୦ ବର୍ଷ କାରାଗାର ଓ ମୃତ୍ୟୁଦଣ୍ଡର ରହିଛି ବ୍ୟବସ୍ଥା।
What's Your Reaction?