କେରଳ ଓ୍ୱାୟନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି

Jul 31, 2024 - 12:14
 0  3
କେରଳ ଓ୍ୱାୟନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି

ଗତକାଲି କେରଳର ୱାୟନାଡ଼ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ୧୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଇଛନ୍ତି ଶତାଧିକ ଲୋକ। ମଙ୍ଗଳବାର ଉଦ୍ଧାର କାର୍ୟ୍ୟ ଶେଷ ହେବା ବେଳକୁ ୮୦୦ରୁ ଅଧିକ ଲୋକଙ୍କୁ କରାଯାଇଛି ଉଦ୍ଧାର । ଖରାପ ପାଗ ମଧ୍ୟରେ ଆଜି ସକାଳୁ ମଧ୍ୟ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି  ସେନା, ନୌସେନା ଏବଂ ଏନଡିଆରଏଫର ଉଦ୍ଧାରକାରୀ ଦଳ । ଶତାଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାରୁ ଆହୁରି ମୃତକଙ୍କ ସଂଖ୍ୟା ବଢ଼ିବାର କରାଯାଉଛି ଆଶଙ୍କା । ଭୂସ୍ଖଳନ ଯୋଗୁଁ ଅନେକ ଘର ଭୁଶୁଡ଼ି ପଡ଼ିଥିବାବେଳେ ନଦୀଗୁଡ଼ିକ ଜଳମଗ୍ନ ହେବା ସହ   ଉପୁଡ଼ି ପଡ଼ିଛି ଅନେକ ଗଛ।

What's Your Reaction?

like

dislike

love

funny

angry

sad

wow