ରାଜ୍ୟସଭାର ଉପନେତା ପଦରୁ ହଟିଲେ ଆପ୍ ସାଂସଦ ରାଘବ ଚଢ଼ା

Apr 2, 2026 - 16:33
 0  1
ରାଜ୍ୟସଭାର ଉପନେତା ପଦରୁ ହଟିଲେ ଆପ୍ ସାଂସଦ ରାଘବ ଚଢ଼ା

ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆମ ଆଦ୍ମୀ ପାର୍ଟି। ତାଙ୍କ ସ୍ଥାନରେ ପଞ୍ଜାବର ଅଶୋକ ମିତ୍ତଲଙ୍କୁ କରାଯାଇଛି ନିଯୁକ୍ତ । ଏନେଇ ଦଳୀୟ ସୂତ୍ରରୁ ମିଳିଛି ସୂଚନା ।  ୨୦୨୩ ମସିହାରୁ ଆପର ରାଜ୍ୟସଭା ଉପନେତା ଦାୟିତ୍ୱରେ ଥିଲେ ରାଘବ ଚଢା। ଦଳରେ ତାଙ୍କୁ ନେଇ ମତଭେଦ ରହିଥିବା ହେଉଥିଲା ଚର୍ଚ୍ଚା ।ସୂତ୍ର ଅନୁଯାୟୀ,  ଦଳ ସହିତ ପରାମର୍ଶ ନକରି କିଛି ପ୍ରସଙ୍ଗରେ କହୁଛନ୍ତି ରାଘବ ଚଢା। ସେ ରାଜ୍ୟ ସଭାରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ ସେ ବିଷୟରେ ଦଳକୁ କରୁନଥିଲେ ଅବଗତ।   ତାଙ୍କୁ ଏ ସମ୍ପର୍କରେ ଚେତାବନୀ ମଧ୍ୟ ଦେଇଥିଲା ଆପ୍।

What's Your Reaction?

like

dislike

love

funny

angry

sad

wow