ନାତି ପାଇଁ ସର୍ବୋଚ୍ଚଅଦାଲତଙ୍କ ଦ୍ୱାରସ୍ଥ ହେଲେ ଅତୁଲ ସୁଭାଷଙ୍କ ମା

Dec 21, 2024 - 12:34
 0  4
ନାତି ପାଇଁ ସର୍ବୋଚ୍ଚଅଦାଲତଙ୍କ ଦ୍ୱାରସ୍ଥ ହେଲେ ଅତୁଲ ସୁଭାଷଙ୍କ ମା

ସର୍ବୋଚ୍ଚଅଦାଲତରେ ପହଞ୍ଚିଛି ବହୁଚର୍ଚ୍ଚିତ ଇଞ୍ଜିନିୟର ଅତୁଲ ସୁଭାଷ ମୋଦିଙ୍କ ଆତ୍ମହତ୍ୟା ମାମଲା। ନିଜର ୪ ବର୍ଷର ନାତିକୁ ନିଜ ପାଖରେ ରଖିବା ପାଇଁ ଦାବି କରିଛନ୍ତି ଅତୁଲଙ୍କ ମା’ ଅଞ୍ଜୁ ମୋଦୀ ।ସେ ଦର୍ଶାଇଛନ୍ତି ଯେ, ନାତି ସମ୍ପର୍କରେ ତାଙ୍କୁ କିଛି କହୁନାହାନ୍ତି ଗିରଫ ହୋଇଥିବା ସୁଭାଷଙ୍କ ପତ୍ନୀ ନିକିତା ସିଂଘାନିଆ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ । ନାତି କେଉଁଠି ଅଛି ତାଙ୍କୁ ଜଣାନାହିଁ । ନିକିତା ପୋଲିସକୁ କହିଥିଲେ ଯେ, ସେ ପୁଅକୁ ଫରିଦାବାଦର ଏକ ବୋର୍ଡିଂ ସ୍କୁଲରେ ଛାଡ଼ିଛନ୍ତି ।ନିକିତାଙ୍କ ଦାଦା ସୁଶୀଲ ସିଂଘାନିଆ ପୁଅ କଥା ବୁଝୁଥିବା ପୋଲିସ ଆଗରେ କହିଥିଲେ ନିକିତା । କିନ୍ତୁ ପିଲା ବିଷୟରେ କିଛି ଜାଣି ନଥିବା କହିଛନ୍ତି ସୁଶୀଲ । ଏ ମାମଲାର ଶୁଣାଣି କରି ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍ ଜାରି କରି ପିଲାର ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ କହିଛନ୍ତି ସର୍ବୋଚ୍ଚଅଦାଲତ। ଜାନୁଆରୀ ୭ରେ ହେବ  ମାମଲାର ପରବର୍ତ୍ତୀ ଶୁଣାଣି ।

What's Your Reaction?

like

dislike

love

funny

angry

sad

wow