ସର୍ବାଧିକ ରନ୍ ସଂଗ୍ରହ ତାଲିକାରେ କୋହଲି ନାଁ

Apr 28, 2026 - 12:08
 0  1
ସର୍ବାଧିକ ରନ୍ ସଂଗ୍ରହ ତାଲିକାରେ କୋହଲି ନାଁ

ପୁଣି ଥରେ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି  । ଆଇପିଏଲରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୯୦୦୦ ରନ୍ କରି ଇତିହାସ ରଚିଲେ ବିରାଟ  । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨୩ ରନ୍ କରିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି କିଙ୍ଗ କୋହଲି । ଏହି ମ୍ୟାଚ ପୂର୍ବରୁ କୋହଲି ୯ ହଜାର ରନଠୁ ମାତ୍ର ୧୧ ରନ ଦୂରରେ ରହିଥିଲେ। ଆଇପିଏଲରେ ସର୍ବାଧିକ ରନ୍ ସଂଗ୍ରହ ତାଲିକାରେ ଏବେ କୋହଲି ଅଛନ୍ତି ଶୀର୍ଷରେ । ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି କୋହଲିଙ୍କ ପ୍ରଶଂସକ ଓ ପୂର୍ବତନ ଖେଳାଳିମାନେ । ତେବେ ତାଲିକାରେ କୋହଲି  ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ , ଶିଖର ଧାୱନ ଦୁଇ ନମ୍ବରରେ , ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା ।

What's Your Reaction?

like

dislike

love

funny

angry

sad

wow