ଆଜିଠୁ ଘାଣ୍ଟିବ କାଳବୈଶାଖୀ
#Kalbaisakhi_From_Today #Yellow_Warning_For_18_Districts #Thunderstorm_Alert #Gusty_Winds #Stay_Safe #OdishaWeather
କାଳବୈଶାଖୀ ପାଇଁ ୧୮ ଜିଲ୍ଲାକୁ ଜାରି ହେଲା ‘ହଳଦିଆ ସତର୍କ’ ସୂଚନା । ଆସନ୍ତା ୨୮ ଏପ୍ରିଲ ପର୍ୟ୍ୟନ୍ତ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ଏହାସହ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଆକାଶରେ ଏକ ‘ଟ୍ରପ୍ ଲାଇନ୍’ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତର ଭୟ ଅଧିକ ରହିଛି । ଗତ କିଛି ଦିନ ଧରି ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ, ବର୍ଷା ଯୋଗୁଁ ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି ।
What's Your Reaction?