ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା

Sep 26, 2024 - 12:44
 0  2
ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା

ଦୁର୍ବଳ ହେଲା ଲଘୁଚାପ। ତଥାପି ଓଡିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା । ଅତି ପ୍ରବଳ ବର୍ଷା ନେଇ ଆଗାମୀ ୩ ଦିନ ପାଇଁ ପୁରୀ, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ କମଳା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ  ଜାରି କରାଯାଇଛି ହଳଦିଆ ସତର୍କତା । ଏହି ସମୟରେ ବିଜୁଳି, ଘଡ଼ଘଡ଼ି ହେବାର ରହିଛି ସମ୍ଭାବନା। ତେଣୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଦିଆଯାଇଛି ପରାମର୍ଶ। ସେପଟେ ଉତ୍ତର ଓଡ଼ିଶାରେ ମଧ୍ଯ ଜାରି ରହିଛି ପ୍ରବଳ ବର୍ଷା  । 

What's Your Reaction?

like

dislike

love

funny

angry

sad

wow