ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

Sep 25, 2026 - 12:33
ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍‌ ଖୋଲାଯାଇଛି । ଦ୍ୱିତୀୟ ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । 

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍‌ ଖୋଲାଯାଇଛି । ଦ୍ୱିତୀୟ ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ବିଶେଷକରି କୋଷାଗୁମୁଡା ବ୍ଲକ୍‌ର ଘାଟବାସୁଲି ଓ ଉକିଆପାଲି ଗାଁ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି । ନବରଙ୍ଗପୁର ସହରରେ ମଧ୍ୟ ଆଉ ଏକ ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ ରହିଛି । ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ପରିସ୍ଥିତି ଉପରେ ସତର୍କ ନଜର ରଖିଛି । ଆବଶ୍ୟକ ପଡ଼ିଲେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମୁଖୀଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ମଧ୍ୟ ବନ୍ଦ ରଖାଯାଇଛି । ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

What's Your Reaction?

like

dislike

love

funny

angry

sad

wow