ନନ୍ଦନକାନନରେ ଖୁସି ଖବର; ରକ୍ତହୀନତାରୁ ମୁକୁଳିଲେ ୫ ଓରାଂଉଟାନ୍

Sep 25, 2026 - 12:36
ନନ୍ଦନକାନନରେ ଖୁସି ଖବର; ରକ୍ତହୀନତାରୁ ମୁକୁଳିଲେ ୫ ଓରାଂଉଟାନ୍

ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଥିବା ସମସ୍ତ ୫ ଓରାଂଉଟାନ୍ ଏବେ ସୁସ୍ଥ ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ଠିକ୍ ଭାବେ ଖିଆପିଆ କରୁଛନ୍ତି । ଏଥିସହ ସେମାନଙ୍କ ହାବଭାବରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିଛି । 

ଉଦ୍ଧାର ପରେ ୩ ଓରାଂଉଟାନ୍ ଶିଶୁ ରକ୍ତହୀନତାରେ ଆକ୍ରାନ୍ତ ଥିବା ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା । ବୈଷୟିକ କମିଟିର ବିଶେଷଜ୍ଞ ପ୍ରାଣୀ ଚିକିତ୍ସକଙ୍କ ସହ ଶିଶୁ ବିଶେଷଜ୍ଞ ଡାକ୍ତର ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ହେମୋଗ୍ଲୋବିନ୍ ସ୍ତର ବଢ଼ାଇବା ପାଇଁ ୩ ଶିଶୁଙ୍କୁ ନିୟମିତ ଭାବେ ଗାଜର, ବିନ୍ସ ଓ କନ୍ଦମୂଳ ସିଝାଇ ଗ୍ରାଇଣ୍ଡିଂ କରି ଖାଇବାକୁ ଦିଆଯାଉଥିଲା । ଏଥିସହ ଇରିଥ୍ରୋପୋଏଟିନ୍ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଉଥିଲା ।

ଦୁଇ ଦିନ ତଳେ ରକ୍ତହୀନତାରେ ଆକ୍ରାନ୍ତ ୨ ଶିଶୁ ସୁସ୍ଥ ହୋଇଥିବା ବେଳେ ଏବେ ତୃତୀୟ ଓରାଂଉଟାନ୍ ଶିଶୁ ମଧ୍ୟ ସୁସ୍ଥ ହୋଇଛି । ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଏବେ ସମସ୍ତ ୫ ଓରାଂଉଟାନ୍ ସୁସ୍ଥ ଅଛନ୍ତି । 

What's Your Reaction?

like

dislike

love

funny

angry

sad

wow